ମହିଳା ଜୁନିଅର ହକି ବିଶ୍ବ କପ୍ : ଘୋଷଣା ହେଲା ୧୮ ଜଣିଆ ଭାରତୀୟ ଦଳ

ଭୁବନେଶ୍ୱର ୧୫।୧୧: ଘୋଷଣା ହେଲା ମହିଳା ଜୁନିଅର ବିଶ୍ବ କପ୍ ହକି ଦଳ । ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ଘୋଷଣା ହୋଇଛି ୧୮ ଜଣିଆ ଭାରତୀୟ ଦଳ । ଦକ୍ଷିଣ ଆଫ୍ରିକାରେ ଖେଳାଯିବ ଜୁନିୟର ମହିଳା ହକି ବିଶ୍ବକପ । ଭାରତୀୟ ଦଳରେ ଦୁଇ ଓଡ଼ିଆ ମଧ୍ୟ ସ୍ଥାନ ପାଇଛନ୍ତି। ଏହି ଦଳରେ ରହିଛନ୍ତି ସାଲିମା ଟେଟେ , ଶର୍ମିଲା ଦେବୀ ମଧ୍ୟ ଅଛନ୍ତି ଯେଉଁମାନେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳରେ ଅଂଶଗ୍ରହଣ କରିଥିଲେ। ଦଳରେ ବିଚୁ ଦେବୀ ଖରିବାମ, ଖୁସବୋ, ଅକ୍ଷତା ଆବାସୋ ଧେକଲେ, ପ୍ରିୟଙ୍କା, ମାରିନା ଲାଲମଙ୍ଗହାକି, ଅଜମିନା କୁଜୁର, ବାଲଜିତ କଉର, ରିଟ, ବିୟୁଟି ଡୁଙ୍ଗଡୁଙ୍ଗ, ଦୀପିକା, ମୁମତାଜ ଖାନ, ସଂଗୀତା କୁମାରୀ ସ୍ଥାନ ପାଇଛନ୍ତି । ୨୦୧୬ରେ ହୋଇଥିବା ଏହି ପ୍ରତିଯୋଗିତାରେ ଆର୍ଜେଣ୍ଟିନା ଚାମ୍ପିଅନ୍ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ସେହିପରି ଆସନ୍ତା ୨୪ରୁ ଭୁବନେଶ୍ବରରେ ଜୁନିୟର ପୁରୁଷ ହକି ବିଶ୍ବକପ ଆରମ୍ଭ ହେବ । ଏଥିଲାଗି ହକି ଇଣ୍ଡିଆ ପକ୍ଷରୁ ୧୮ଜଣ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ଏହି ଟିମ୍‌ରେ ବିବେକ ସାଗର ପ୍ରସାଦଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ସଞ୍ଜୟଙ୍କୁ ଭାଇସ କ୍ୟାପଟେନ୍‌ ଭାବେ ଦାୟିତ୍ବ ଦିଆଯାଇଛି। । ତେବେ ଏହି ୧୮ଜଣିଆ ଟିମ୍‌ ୩ ଓଡ଼ିଆ ସାମିଲ ହୋଇଛନ୍ତି । ସେମାନଙ୍କ ନାମ ଯଥାକ୍ରମେ ସୁଦିପ ଚିରମାକୋ, ସୁନିଲ ଜୋଜୋ ଓ ଅଭିଷେକ ଲାକ୍ରା । ସେହିପରି ଅନ୍ୟ ୧୫ ଖେଳାଳିମାନେ ହେଲେ- ଶ୍ରଦାନନ୍ଦ ତିୱାରୀ, ପ୍ରଶାନ୍ତ ଚୌହାନ, ସଞ୍ଜୟ, ରହୁଲ କୁମାର, ମନିନ୍ଦର ସିଂହ, ପୱନ, ବିଷ୍ଣୁକାନ୍ତ ସିଂହ, ଅଙ୍କିତ ପାଲ, ଉତ୍ତମ ସିଂହ, ମଞ୍ଜୀତ, ରବିଚନ୍ଦ୍ର ସିଂହ, ବିବେକ ସାଗର, ଯଶଦୀପ, ଗୁରମୁଖ ସିଂହ, ଅରିଜିତ ସିଂହ ।

Spread the love