ଜାନୁଆରୀ ୧୧ରେ ବାରବାଟୀରେ ଆୟୋଜିତ ହେବ ଗ୍ରାଣ୍ଡ ଓପନିଂ ସେରିମୋନୀ

ହକି ମହାକୁମ୍ଭ ପାଇଁ ଚଳଚଞ୍ଚଳ କଟକ ସହର । କଟକର ପ୍ରବେଶ ପଥ, ରାସ୍ତାଘାଟ, କାନ୍ଥବାଡ଼ ଏବେ ହକିମୟ । ହକି ବିଶ୍ଵକପ ପାଇଁ ବାରବାଟୀ ଷ୍ଟାଡିୟମରେ ଜାନୁଆରୀ ୧୧ରେ ଆୟୋଜିତ ହେବ ଗ୍ରାଣ୍ଡ ଓପନିଂ ସେରିମୋନୀ । ଏହାକୁ ଦୃଷ୍ଟିରେ ରଖି କଟକ ସହରରେ ଆଗେଇ ଚାଲିଛି ସୌନ୍ଦର୍ଯ୍ୟକରଣ କାମ । ଜନସାଧାରଣ, କ୍ରୀଡ଼ାପ୍ରେମୀ ଏକ ବଡ଼ ଧରଣର ଉଦଘାଟନୀ ଧମାକା ଦେଖିବାକୁ ପାଇବେ ବୋଲି କହିଛନ୍ତି କଟକ ମହାନଗର ନିଗମ କମିଶନର ନିଖିଲ ପବନ କଲ୍ୟାଣ । ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ସ୍ଥାୟୀ ଭାବରେ ସାଇତି ରଖିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି କମିଶନର ।

Spread the love