ପ୍ୟାର୍‌ କି ଝପ୍ପି…

ମନରେ ମନ ମିଶିଲା ପରେ, ମନର ମଣିଷକୁ ଛାତିରେ ଧରି ରଖିବାକୁ ଭାରି ଇଚ୍ଛା ହୁଏ ନା ! ତାଙ୍କୁ ଆଲିଙ୍ଗନ କରିବାର ଯେଉଁ ନୈସର୍ଗିକ ସୁଖ ଅନୁଭବ ହୁଏ ସେ କଥା କେବଳ ଭଲ ପାଉଥିବା ଲୋକଟି ହିଁ କହିପାରିବ। 

ଆମ ଛାତିରେ ବାମପଟେ ରହିଛି ହୃଦୟ। ମନ ଦିଆନିଆ, ପ୍ରେମ ଆଉ ଭଲ ପାଇବାର କିଶଳୟ ଏଇଠି ତ ଫୁଟେ। ସାମ୍ନାରେ ଇପ୍‌ସିତ ମଣିଷଟିକୁ ଦେଖ୍ ହୃଦୟର ବେଗ ବଢେ, ତାକୁ ନିଜର କରି ନେବାକୁ । ଆଉ ସେମିତି କିଛି ଭାବନା ପାଇଁ ଆଜିର ଦିନଟି। ଆମ ଭାଷାରେ ‘ଆଲିଙ୍ଗନ’ ଆଉ ତାଙ୍କ ଭାଷାରେ ‘ହଗ୍‌-ଡେ’।

ହଗ୍‌ ଡେ’, ଖାଲି ପ୍ରେମୀ ଯୁଗଳଙ୍କ ପାଇଁ ମାଇନା ରଖେ ତା ନୁହେଁ, ବରଂ ପାରୁଛନ୍ତି ଯଦି ସଂସାରରେ ସବୁଠାରୁ ଯାହାକୁ ଅଧିକ ଆପଣ ଭଲ ପାଆନ୍ତି ତାଙ୍କୁ ଥରେ ଆଲିଙ୍ଗନ କରନ୍ତୁ। ବାପା, ମା’ ହୁଅନ୍ତୁ କି ବନ୍ଧୁ।

ନିଜର ବୋଲି ହୃଦୟରୁ ଯାହାକୁ ଭାବୁଛନ୍ତି ତାଙ୍କୁ କୋଳାଇ ନେବାର ବି ଅପାର ଆନନ୍ଦ ଅଛି। ଆଲିଙ୍ଗନ କରିବାଦ୍ୱାରା ସମ୍ପର୍କ ଦୃଢ ହୋଇଥାଏ। ଆଉ ଜାଣିଛନ୍ତି ଏହା କେବଳ ପ୍ରେମ ସମ୍ପର୍କକୁ ମଜବୁତ୍‌ କରି ନ ଥାଏ, ବରଂ ଅନେକ ରୋଗରୁ ବି ମୁକ୍ତି ଦେଇଥାଏ।

Spread the love