ବୈଶାଳୀରେ ଦୃଶ୍ୟମାନ ହେଲା ବିଶାଳ ଗରୁଡ ପକ୍ଷୀ

ବିହାର ବୈଶାଳୀ ଜିଲ୍ଲାରେ ମା’ ସୀତାଙ୍କୁ ସୁରକ୍ଷା ଦେବାକୁ ନିଜ ଜୀବନକୁ ବାଜି ଲଗାଇଥିବା ଗରୁଡ ପକ୍ଷୀକୁ ଦେଖିିବାକୁ ଲୋକଙ୍କ ପ୍ରବଳ ଭିଡ ଜମିଥିଲା । ତେବେ ଏହାକୁ କେହି କେହି ଗରୁଡ ପକ୍ଷୀ କହୁଥିବାବେଳେ ଆଉ କିଛି ଏହାକୁ ହିମାଳୟ ଶାଗୁଣା ପ୍ରଜାତି ପକ୍ଷୀ ବୋଲି କହୁଛନ୍ତି ।ବୈଶାଳୀ ପ୍ରଖଣ୍ଡର ଅଭବା ଚକତ୍ତୁ ଗାଁରେ ଲୋକଙ୍କୁ ମଧ୍ୟରେ କୌତୁହଳ ସୃ୍ଷ୍ଟି ହୋଇଥିଲା ଯେତେବେଳେ ଗାଁରେ ଏକ ବିଶାଳ ପକ୍ଷୀ ଆସି ପହଞ୍ଚିଥିଲା । ଦେଖୁଦେଖୁ ଏହି କଥା ଚାରିଆଡେ ପ୍ରଚାର ହୋଇଗଲା ଏବଂ ଏହି ବିଶାଳ ପକ୍ଷୀକୁ ଦେଖିବାକୁ ଚାରିଆଡୁ ଲୋକଙ୍କ ସୁଅ ଛୁଟିଲା । ତେବେ ଲୋକେ ଏହାର ସୁରକ୍ଷା ପାଇଁ ତୁରନ୍ତ ବିନବିଭାଗକୁ ଫୋନ କରି ଜଣାଇବାରୁ ଦୁଇ ବନ ଅଧିକାରୀ ଆସି ପକ୍ଷୀକୁ ଉଦ୍ଧାର କରି ଲାଲଗଞ୍ଜ ସ୍ଥିତ ବନବିଭାଗ କାର୍ଯ୍ୟାଳୟକୁ ନେଇଛନ୍ତି ।

Spread the love