ପୁଣି ଏକ ନୂଆ ବିବାଦରେ ଫସିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ବାରମ୍ବାର ନିଜ ଗୀତକୁ ନେଇ ବିବାଦରେ ଛନ୍ଦି ହୋଉଛନ୍ତି ଓଡିଶାର ଖ୍ୟାତନାମା କଣ୍ଠଶିଳ୍ପୀ ହ୍ୟୁମାନ ସାଗର । କିଛି ଦିନ ପରେ ପୁଣି ଏକ ନୂଆ ବିବାଦରେ ଫସିଛନ୍ତି ହ୍ୟୁମାନ ସାଗର । ଛେଣ୍ଡିପଦା ରାଣୀ ନାଁ ରେ ଏକ ଗୀତ ଗାଇ ବିବାଦୀୟ ହୋଇଛନ୍ତି ହ୍ୟୁମାନ । କଥା ଯାଇ ପହ଼ଞ୍ଚିଛି ଥାନାରେେ । ବିବାଦୀୟ ଗୀତ ନେଇ ଥାନାରେ ହୋଇଛି ଅଭିଯୋଗ ।

ସୂଚନା ଅନୁସାରେ ଯେ, କିଛିଦିନ ତଳେ ଝିଅ ମାନଙ୍କୁ କୋରୋନା ସହ ସହିତ ତୁଳନା କରି ଗୀତଗାଇ ଥିଲେ। ଯାହାକୁ ନେଇ ତୀବ୍ର ପ୍ରତିବାଦ ଦେଖାଦେଇଥିଲା । ଏନେଇ ସୋସିଆଲ ମିଡିଆରେ ଭୁଲ ମଧ୍ୟ ମାଗିଥିଲେ ହ୍ୟୁମାନ ସାଗର । ଏହି ପ୍ରତିବାଦ ଥମିନଥିଲା ବେଳେ ଛେଣ୍ଡିପଦା ରାଣୀ ଗୀତକୁ ନେଇଏବେ ପୁଣିଥରେ ବିବାଦ ଭିତରେ ଛନ୍ଦି ହୋଇପଡିଛନ୍ତି । ଏ ନେଇ ଛେଣ୍ତିପଦା ଥାନାରେ ଯୁବ ମଞ୍ଚ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । କିଛିଦିନ ତଳେ ଛେଣ୍ତିପଦା ନାଆଁକୁ ନେଇ ଏକ ସଙ୍ଗୀତ ୟୁଟୁବରେ ଅପଲୋଡ ହୋଇଥିଲା । ଏବଂ ଏହି ଗୀତରେ କଣ୍ଠଦାନ କରିଥିଲେ ହ୍ୟୁମାନ ସାଗର । ଏବେ ଏହି ଗୀତକୁ ନେଇ ଛେଣ୍ତିପଦା ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

ଏହି ସଙ୍ଗୀତରେ ଛେଣ୍ଡିପଦା ନାରୀ ସମାଜର ସମ୍ମାନ ହାନି ହେଉଥିବା ନେଇ ଛେଣ୍ତିପଦା ଯୁବମଞ୍ଚ ପକ୍ଷରୁ ଛେଣ୍ତିପଦା ଥାନା ଅଧିକାରୀ କନକ କୁମାର ମାଝିଙ୍କୁ ଭେଟି କଣ୍ଠଦାନ କରିଥିବା ହ୍ୟୁମାନ ସାଗରଙ୍କ ସମେତ ଅନ୍ୟ ୬ଜଣଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ପୋଲିସ ଏନେଇ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ଆଗାମୀ ଦିନରେ ଛେଣ୍ତିପଦା ଯୁବମଞ୍ଚ ସହିତ ଶତାଧିକ ଛେଣ୍ତିପଦା ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ କଡା ଚେତାବନୀ ଦେଇଛନ୍ତି।

Spread the love