ପ୍ରେମ ପାଇଁ ସ୍ତ୍ରୀର ଜୀବନ ନେଲା ସ୍ଵାମୀ

ସୁନ୍ଦରଗଡ ୧୩।୭: ପ୍ରେମ ପାଇଁ ହତ୍ୟାକାରୀ ସାଜିଲା ସ୍ଵାମୀ । ସ୍ତ୍ରୀକୁ ମାରି ବାନ୍ଧି ଫିଙ୍ଗିଦେଲେ ଖାଲରେ ।  ସ୍ଵାମୀ ସହ ପ୍ରେମିକ ଥାନାରେ ଅଟକ । ସୁନ୍ଦରଗଡ ଜିଲ୍ଲା କିଂଜିରକେଲା ଥାନା ଅନ୍ତର୍ଗତ ବି.କରୁଆବାହାଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ପ୍ରେମ ପାଇଁ ଅତି ନୃଶଂସ ଭାବେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ମୃତଦେହକୁ ପଥରରେ ବାନ୍ଧି ଏକ ଖାଲରେ ଫୋପାଡି ଦେଇଥିଲା । ମୃତ ମହିଳା ସୁଶିଲା ବିଲୁଙ୍ଗ ୧୦ ତାରିଖରୁ ନିଖୋଜ ଥିବା ନେଇ ତାଙ୍କ ଭାଇ ଥାନାରେ ଏତଲା ଦେଇଥିଲେ। ମଙ୍ଗଳବାର ସକାଳୁ ବିଲରୁ ଦୁର୍ଗନ୍ଧ ଆସିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ପହଞ୍ଚିବା ପରେ ମୃତଦେହ ସୁଶିଲାଙ୍କର ବୋଲି ଜଣାପଡିଥିଲା । ପୋଲିସର ପ୍ରାଥମିକ ତଦନ୍ତରେ ସ୍ଵାମୀର ସଂପୃକ୍ତି ଥିବା ଜାଣି ସ୍ବାମୀ ମିଶ୍ରିଲାଲ ଓ ପ୍ରେମିକାକୁ ଥାନାରେ ଅଟକ ରଖିଛି ।

Spread the love