ପରକିୟାପ୍ରୀତିର କରୁଣ ପରିଣତି

 ପରକିୟାପ୍ରୀତିର କରୁଣ ପରିଣତି । ଛାଡପତ୍ର ଦେବା ସତ୍ତ୍ୱେ ସ୍ତ୍ରୀ ର ପ୍ରେମିକକୁ ଗୁଳି କଲା ସ୍ୱାମୀ । ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ବଡନୂଆପଡା ନିକଟସ୍ଥ ଖେତିନାଳୀ ଗାଁରେ ଘଟିଛି ଏପରି ଘଟଣା । ଏଥିରେ ପ୍ରେମିକ ପଙ୍କଜ ଦେହୁରୀ ଗୁରୁତର ହୋଇ ଭୀମସାରରେ ଭର୍ତ୍ତି ହେବା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । 

ସୂଚନା ଅନୁଯାୟୀ, ଝାଙ୍କରରପଡା ଗାଁର ସ୍ୱାଧିନ ପ୍ରଧାନ ତାଙ୍କ ସ୍ତ୍ରୀକୁ ବିବାହର ୧୦ ବର୍ଷ ପରେ ଗତ ବର୍ଷ ଛାଡପତ୍ର ଦେଇଥିଲେ । ଗତକାଲି ତାଙ୍କ ସ୍ତ୍ରୀ ଖେତିନାଳୀ ଗାଁର ପଙ୍କଜ ଦେହୁରୀ ସାଙ୍ଗରେ ରହଥିଲେ । ତେବେ ପଙ୍କଜଙ୍କ ସହ ଛାଡପତ୍ର ପୂର୍ବରୁ ସମ୍ପର୍କ ଥିବା ସନ୍ଦେହରେ ଛାଡପତ୍ର ହୋଇଥିଲା । ଫଳରେ ଗତକାଲି ବିଳମ୍ବିତ ରାତିରେ ନିଶାଶକ୍ତ ଅବସ୍ଥାରେ ସ୍ବାଧିନ ଖେତିନାଳୀ ଯାଇ ପଙ୍କଜ ଦେହୁରୀଙ୍କୁ ଗୁଳି କରିଥିଲେ । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ପୋଲିସ ଛାନଭିନ ଆରମ୍ଭ କରିଛି ।

Spread the love