ପ୍ରଥମ ସ୍ତ୍ରୀର ଇନଷ୍ଟାଗ୍ରାମ ରିଲ୍ସ ଦେଖୁଥିଲେ ସ୍ୱାମୀ, ରାଗରେ ସ୍ୱାମୀଙ୍କ ପ୍ରାଇଭେଟ ପାର୍ଟ କାଟିଦେଲେ ଦ୍ୱିତୀୟ ପତ୍ନୀ

ପ୍ରଥମ ପତ୍ନୀର ଇନଷ୍ଟାଗ୍ରାମ ରିଲ୍ସ ଦେଖୁଥିଲେ ପତି । ଆଉ ରାଗରେ ବ୍ଲେଡରେ ସ୍ୱାମୀର ଗୁପ୍ତାଙ୍ଗ କାଟିଦେଲେ ଦ୍ୱିତୀୟ ପତ୍ନୀ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାରେ ଏଭଳି ଘଟଣା ଘଟିଛି । ଏଭଳି ଘଟଣା ବର୍ତ୍ତମାନ ସାରା ଅଞ୍ଚଳରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଆନ୍ଧ୍ରପ୍ରଦେଶର ନନ୍ଦିଗାମା ଜିଲ୍ଲାରେ ଜଣେ ଯୁବକ ଇନଷ୍ଟାଗ୍ରାମ ରିଲ୍ସ ଦେଖୁଥିବାରୁ ପତ୍ନୀ ତାଙ୍କ ପ୍ରାଇଭେଟ ପାର୍ଟ କାଟି ଦେଇଛନ୍ତି । ପୀଡିତ ଯୁବକ ଜଣକ ୫ ବର୍ଷ ପୂର୍ବରୁ ପ୍ରଥମ ପତ୍ନୀଙ୍କ ପାଖରୁ ଅଲଗା ହୋଇଯାଇଥିଲେ ।

ଏହାପରେ ସେ ଦ୍ୱିତୀୟ ବିବାହ କରିଥିଲେ । ଦ୍ୱିତୀୟ ପତ୍ନୀଙ୍କୁ ନେଇ ସେ ଗତ ୫ ମାସରୁ ମୁପ୍ପଲା ଅଞ୍ଚଳରେ ରହୁଥିଲେ ଏହି ଯୁବକ । କିନ୍ତୁ କିଛି ଦିନ ତଳେ ଯୁବକ ପ୍ରଥମ ପତ୍ନୀଙ୍କ ଇନଷ୍ଟାଗ୍ରାମ ରିଲ୍ସ ଦେଖୁଥିବା ବେଳେ ଦେଖି ଦେଇଥିଲେ ଦ୍ୱିତୀୟ ପତ୍ନୀ । ଏହି ଘଟଣାକୁ ସେ ସହଜରେ ଗ୍ରହଣ କରିପାରିନଥିଲେ । ଏହାପରେ ହଠାତ୍ ରାଗି ଏକ ବ୍ଲେଡ ସାହାଯ୍ୟରେ ସେ ସ୍ୱାମୀଙ୍କ ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି। ତେବେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ପୋଲିସ ଏହାକୁ ନେଇ କୌଣସି ମାମଲା ରୁଜୁ କରିନାହିଁ । ୟୁପିର କାନପୁରରେ ଏମିତି ଏକ ଘଟଣା ଘଟିଥିଲା । ଏଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କ ପ୍ରାଇଭେଟ ପାର୍ଟକୁ କାଟି ଦେଇଥିଲେ । ଏହି ମାମଲାରେ ପୀଡିତ ଜଣକ ସପ୍ତାହ ପରେ ନିଜ ପତ୍ନୀଙ୍କ ବିରୋଧରେ ଥାନାରେ ମାମଲା ଦାଏର କରିଥିଲେ ।

Spread the love