ଉଡ଼ନ୍ତା ବିମାନରେ ଝଗଡ଼ା ଲାଗିଲେ ସ୍ବାମୀ ଓ ସ୍ତ୍ରୀ: ବାଟ ବଦଳାଇ ଦିଲ୍ଲୀକୁ ଆସିଲା ବ୍ୟାଙ୍ଗ୍‌କକ୍‌ଗାମୀ ‘ଲୁଫ୍‌ତାନ୍‌ସା’ ବିମାନ

ନୂଆଦିଲ୍ଲୀ: ଆଜି ସ୍ବିଜର୍‌ଲାଣ୍ଡ୍‌ର ମ୍ୟୁନିକ୍‌ ସହରରୁ ବ୍ୟାଙ୍ଗ୍‌କକ୍‌ ଅଭିମୁଖେ ଯାତ୍ରା କରୁଥିବା ‘ଲୁଫ୍‌ତାନ୍‌ସା’ ବିମାନରେ ଯାତ୍ରୀ ଉତ୍ସୃଙ୍ଖଳ ଆଚରଣ ଯୋଗୁଁ ଗନ୍ତବ୍ୟସ୍ଥଳ ପରିବର୍ତ୍ତନ କରି ଦିଲ୍ଲୀକୁ ଚାଲି ଆସିଥିବା କଥା ନିଉଜ୍‌ ଏଜେନ୍‌ସି ‘ଏ.ଏନ୍‌.ଆଇ.’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ମ୍ୟୁନିକ୍‌ରୁ ବ୍ୟାଙ୍ଗ୍‌କକ୍‌ ଯାଉଥିବା ‘ଏଲ୍‌ଏଚ୍‌୭୭୨’ ‘ଲୁଫ୍‌ତାନ୍‌ସା’ ବିମାନରେ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ଭୀଷଣ ଝଗଡ଼ା ଲାଗିବାଥିବା କଥା କ୍ୟାବିନ୍‌ କ୍ରୁ’ ରିପୋର୍ଟ କରିଥିଲେ। nନୂଆଦିଲ୍ଲୀସ୍ଥିତ ‘ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର’ର (ଆଇଜିଆଇଏ) ‘ଏଭିଏସନ୍‌ ସିକ୍ୟୁରିଟି’ ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’କୁ କହିଛି, ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କିନ୍ତୁ, ସେମାନେ ଝଗଡ଼ା ଲାଗିବାରୁ ବିମାନର ଗନ୍ତବ୍ୟସ୍ଥଳ ପରିବର୍ତ୍ତନ କରାଯାଇଛି।

ଏହି ବିମାନଟି ପାକିସ୍ତାନରେ ଅବତରଣ କରିବାକୁ ଅନୁରୋଧ କରିଥିଲା, କିନ୍ତୁ ପାକିସ୍ତାନ ଅନୁମତି ଦେଲା ନାହିଁ। କେଉଁ କାରଣରୁ ପାକିସ୍ତାନ ଅନୁମତି ଦେଲା ନାହିଁ, ତାହା ପ୍ରକାଶ କରାଯାଇ ନାହିଁ। ବିମାନ ଦିଲ୍ଲୀରେ ଅବତରଣ କରିବା ପରେ ଝଗଡ଼ା ଲାଗିଥିବା ଉକ୍ତ ସ୍ବାମୀ ଓ ସ୍ତ୍ରୀଙ୍କୁ ବିମାନ ବନ୍ଦର ନିରାପତ୍ତା ବଳକୁ ହସ୍ତାନ୍ତର କରାଯାଇଛି ବୋଲି ଉକ୍ତ ରିପ‌ୋର୍ଟରେ ଉଲ୍ଲେଖ ଅଛି। ଏ ସଂକ୍ରାନ୍ତରେ ‘ଲୁଫ୍‌ତାନ୍‌ସା ଏୟାର୍‌’ ଏଯାବତ୍‌ କୌଣସି ବିବୃତି ଜାରି କରିନାହିଁ।

Spread the love