Skip to content
ଆବଶ୍ୟକ ସାମଗ୍ରୀ
- ତେନ୍ତୁଳି – ୧୦୦ ଗ୍ରାମ୍
- ଗୁଡ – ଦୁଇ କପ୍
- ଲୁଣ- ସ୍ୱାଦାନୁସାରେ
- କଳା ଲୁଣ – ଏକ ଛୋଟ ଚାମଚ୍
- ଲାଲ ଲଙ୍କା – ଅଧା ଛୋଟ ଚାମଚ୍
- ଜିରା ପାଉଡର – ଅଧା ଛୋଟ ଚାମଚ୍
- ଗୋଲ ମରୀଚ ପାଉଡର – ଏକ ଛୋଟ ଚାମଚ
- ଅଦା ପାଉଡର – ଅଧା ଛୋଟ ଚାମଚ
- ଗରମ ମସଲା – ଅଧା ଛୋଟ ଚାମଚ୍
ପ୍ରସ୍ତୁତି ପ୍ରଣାଳୀ
- ତେନ୍ତୁଳୀ ଚଟଣୀ ବନାଇବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ପାଣି ଗରମ କରନ୍ତୁ। ଏହାପରେ ଏଥିରେ ତେନ୍ତୁଳିକୁ କିଛି ସମୟ ପାଇଁ ଭିଜାଇ ରଖିଦିଅନ୍ତୁ।
- ଯେତେବେଳେ ତେନ୍ତୁଳୀ ଭଲଭାବେ ଭିଜିଯିବ ସେତେବେଳେ ହାତରେ ଏହାକୁ ଚକଟି ଛଙ୍କା ସାହାଯ୍ୟରେ ଛାଣି ଦିଅନ୍ତୁ।
- ଏବେ ଏକ କଡା ଗରମ କରନ୍ତୁ ଏବଂ ଏଥିରେ ଛାଣି ରଖିଥିବା ତେନ୍ତୁଳି ରସ ଏବଂ ଅଳ୍ପ ପାଣି ମିଶାଇ ଫୁଟାନ୍ତୁ।
- ଗୋଟେ ଥର ଏହା ଫୁଟି ଆସିଲା ପରେ ଏଥିରେ ଗୁଡ ମିଶାନ୍ତୁ। ଯଦି ପାଉଡର ଗୁଡର ବ୍ୟବହାର କରିବେ ତ ଆହୁରି ଭଲ ହେବ। ନଚେତ ଆପଣ ଗୁଡକୁ ପେଶି ମଧ୍ୟ ଏଥିରେ ପକାଇ ପାରିବେ।
- ଯେତେବେଳେ ଗୁଡ ଭଲଭାବେ ମିକ୍ସ ହୋଇଯିବ ସେତେବେଳେ ଏହାକୁ ଭଲଭାବେ ଚଲାଇ ଏଥିରେ ମସଲା ପକାନ୍ତୁ।
- ସମସ୍ତ ମସଲା ଯେମିତିକି ଲୁଣ, କଳା ଲୁଣ, ଲାଲ ଲଙ୍କା, ଜିରା ପାଉଡର, ଗୋଲ ମରୀଚ ଏକ ଛୋଟ ଚାମଚ, ଅଦା ପାଉଡର, ଗରମ ମସଲା ପକାନ୍ତୁ ଏବଂ ଏହାପରେ ଭଲଭାବେ ମିକ୍ସ କରନ୍ତୁ।
- ୩ ରୁ ୪ ମିନିଟ୍ ଫୁଟାନ୍ତୁ ଏବଂ ଏହାପରେ ତେନ୍ତୁଳି ଚଟଣୀ ପ୍ରସ୍ତୁତ କରନ୍ତୁ। ଏହା ଥଣ୍ଡା ହୋଇଯିବା ପରେ ଏକ କାଚ କଣ୍ଟେନରରେ ଷ୍ଟୋର କରି ରଖିପାରିବେ।
Post Views: 131