ପାଠ ପଢ଼ାରେ ଦୁର୍ବଳ ଥିବା ପିଲା ଏବେ ଆଇଏଏସ୍
ନୂଆଦିଲ୍ଲୀ: କଥାରେ ଅଛି ପଙ୍କରେ ପଦ୍ମ ଫୁୁଟେ। ଆଉ ଗୋଟିଏ କଥା କାହାର ବର୍ତ୍ତମାନକୁ ଦେଖି କେବେ କାହାର ଭବିଷ୍ୟତ ଆକଳନ କରାଯାଏନି। ଯେଉଁ ପିଲା ଛୋଟ ବେଳେ ଭଲ ପଢୁଛି ସେ ଯେ ବଡ଼ ହେଲେ ଜଣେ ବଡ଼ ଅଧିକାରୀ ବନିବ ଓ ଯିଏ ପଢ଼ାରେ ଦୁର୍ବଳ ଅଛି , ଦୁଷ୍ଟାମୀ କରୁୁୁଛି ସେ କିଛି ବନିପାରିବନି ସେପରି କିଛି ବି କଥା ନାହିଁ। ମଣିଷର ଚେଷ୍ଟା ମଣିଷକୁ କିଛି ବି ବନାଇପାରେ। ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଉତ୍ତରାଖଣ୍ଡର ଆଇଏଏସ୍ ଦୀପକ ରାୱତ। ସେ ନିଜେ ତାଙ୍କର ଏକ ସାକ୍ଷାତ୍କାରରେ କହିଛନ୍ତି କି ପିଲାଦିନେ ସେ ପାଠ ପଢ଼ାରେ ଟିକେ ଦୁର୍ବଳ ଥିଲେ। ତାପରେ ବି ସେ ବଡ଼ ହୋଇ ଜଣେ ଆଇଏଏସ୍ ଅଧିକାରୀ ବନିପାରିଛନ୍ତି। ପିଲାଦିନେ ତାଙ୍କ ଦ୍ବାରା ପାଠ ହେଉନଥିବା କାରଣରୁ ସେ ଜଣେ କବାଡ଼ିବାଲା ବନିବାକୁ ଇଚ୍ଛା ରଖିଥିଲେ ବୋଲି ସେ ତାଙ୍କ ସାକ୍ଷାତ୍କାରରେ କହିଛନ୍ତି।ଏବେ ଦୀପକ ଜଣେ ଜଣାଶୁଣା ଆଇଏଏସ୍ ଅଧିକାରୀ। ସୋସିଆଲ୍ ମିଡିଆରେ ସେ ଖୁବ୍ ଲୋକପ୍ରିୟ। ଦୀପକ ଯେପରି ଭାବେ ଫିଲ୍ଡ ଭିଜିଟ୍ କରିଥାନ୍ତି ସେ ସବୁ ଭିଡିଓ ୟୁଟ୍ୟୁବ୍ରେ ବେଶ୍ ଚର୍ଚ୍ଚା ପାଲଟିଥାଏ। ସେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସାକ୍ଷାତ୍କାର ଦେଇ କହିଛନ୍ତି କି ତାଙ୍କୁ କବାଡ଼ିବାଲା ବନିବାକୁ ଆହୁରି ଏକ କାରଣରୁ ବି ଇଚ୍ଛା ହେଉଥିଲା। କବାଡ଼ିବାଲା ବନିଲେ ବିଭିନ୍ନ ପ୍ରକାର ସାମଗ୍ରୀ ତାଙ୍କ ନିକଟକୁ ଆସିବ, ସେ ବିଭିନ୍ନ ଆଡକୁ ଯାଇପାରିବେ। ଏପରି ସବୁ ଚିନ୍ତା କରି ସେ କବାଡ଼ିବାଲା ବନିବାକୁ ଇଚ୍ଛା ରଖିଥିଲେ।ଆଇଏଏସ୍ ଦୀପକ ରାଓତଙ୍କ ଜନ୍ମ ୧୯୭୭ ମସିହା ମସୁରୀରେ ହୋଇଥିଲା। ତାଙ୍କ ସ୍କୁଲ୍ ଶିକ୍ଷା ମସୁରୀରେ ପୂରା ହୋଇଥିବା ବେଳେ ଦିଲ୍ଲୀର ହଂସରାଜ କଲେଜରେ ଗ୍ରାଜୁଏସନ୍ କରିଥିଲେ। ସେ ୟୁପିଏସ୍ସି ପାଇଁ ଚେଷ୍ଟା କରି ପ୍ରଥମ ୨ ଥର ଅସଫଳ ହେବା ପରେ ତୃତୀୟ ଥରରେ ସଫଳ ହୋଇଥିଲେ।