ଜେଟଲୀଙ୍କ ଟ୍ୱିଟରେ ପାକ୍ ଘାଇଲା, ସୀମା ଭିତରେ ପଶି ମାରିବାକୁ ଦେଲେ ଧମକ

ଭାରତ ଓ ପାକିସ୍ତାନ ସୀମାରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି।  ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ୟତୀତ ଦେଶର ଶୀର୍ଷସ୍ତରୀୟ ଗୁଇନ୍ଦା ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି । ଏହି ବୈଠକରେ ପାକିସ୍ତାନକୁ କଡ଼ା ଜବାବ ଦେବାପାଇଁ ରଣନୀତି ପ୍ରସ୍ତୁତ ହୋଇଛି ।
ଦେଶରେ ସ୍ଥିତି ଘଡ଼ିକୁ ଘଡ଼ି ପରିବର୍ତ୍ତନ ହେଉଛି । ଉଭୟ ଦେଶରେ ଉତ୍ତେଜନା ସ୍ଥିତି ମଧ୍ୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଆଜିର ପରିସ୍ଥିତିରେ ସବୁ କିଛି ସମ୍ଭବ । ଆମେରିକା ଯଦି ପାକିସ୍ତାନରେ ପ୍ରବଶେ କରି ଅଲକାଏଦା ମୁଖ୍ୟ ଓସମା ବିନ ଲାଦେନକୁ ମାରିପାରୁଛି, ଆମେ କାହିଁକି ନୁହେଁ । ଜେଟଲୀଙ୍କ ଏହି ବୟାନର ଅନେକ ଅର୍ଥ ବାହାରୁଛି । ଏହାର ଅର୍ଥ ଭାରତ ପାକିସ୍ତାନ ଭିତରେ ପଶି ଜୈଶ ଠିକଣା ଉପରେ ବଡ଼ ଧରଣର ଆକ୍ରମଣ କରିବାର ସମ୍ଭାବନା ରହିଛି । ତେବେ ଆଗାମୀ ସମୟରେ ଭାରତ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେଉପରେ ସମସ୍ତଙ୍କ ନଜର ରହିଲା । ସେପଟେ ସୀମାରେ ସଜାଗ ସେନା ରହିଛି ସେନା ।
Spread the love