ଲିଙ୍ଗଗତ ଭେଦଭାବ କାରଣରୁ ମୋତେ ଜଜ କରାଗଲା ନାହିଁ, ବରିଷ୍ଠ ଓକିଲଙ୍କ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ:  ଲିଙ୍ଗଗତ ଭେଦଭାବ କାରଣରୁ କେନ୍ଦ୍ର ସରକାର ବିଚାରପତି ଭାବେ ତାଙ୍କ ସୁପାରିଶ ଉପରେ ବିଚାର କଲେ ନାହିଁ। ଏମିତି ସଙ୍ଗୀନ ଅଭିଯୋଗ କରିଛନ୍ତି ବରିଷ୍ଠ ଆଇନଜୀବୀ ସୌରଭ କୃପାଲ। ଯଦି ତାଙ୍କୁ ନିଯୁକ୍ତି ଦିଆଯାଇଥାନ୍ତା ତେବେ ସେ ଭାରତର ପ୍ରଥମ ସମଲିଙ୍ଗୀ ବିଚାରପତି ହୋଇଥାନ୍ତେ। ଦିଲ୍ଲୀରେ ସାହିତ୍ୟ ଆଜତକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କୃପାଲ କହିଛନ୍ତି, ମୋତେ ଲାଗୁ ନାହିଁ ଏଥିରୁ ଆଉ ଭଲ ଭାବେ ବୁଝାଯାଇ ପାରିବ। ୧୨ ସୁପାରିସ କରାଯାଇଥିଲା। ଏଥିରୁ ୧୧ ଜଣଙ୍କ ନିଯୁକ୍ତି ହୋଇଗଲା, କେବଳ ମୁଁ ବାକି ରହିଗଲି। ଏହାର କାରଣ କଣ ହୋଇଥାଇପାରେ ? କଥିତ କାରଣ ସବୁ ଲୋକ ଦେଖାଣିଆ। ମୋ ଉପରେ ବିଚାର ନକରାଯିବାର କାରଣ ମୋର ଲିଙ୍ଗଗତ ପରିଚୟ। ଏହା ବ୍ୟତୀତ ଅନ୍ୟ କୌଣସି କାରଣ ବି ନାହିଁ।

ତାଙ୍କର ଏହି ଟିପ୍ପଣୀ କଲେଜିୟମ ପ୍ରଣାଳୀ ଉପରେ ଚାଲିଥିବା ବିତର୍କ ସମୟରେ ଆସିଛି। କଲେଜିୟମ ଦ୍ଵାରା ଜଜଙ୍କ ନିଯୁକ୍ତି କରାଯାଏ। ଆଇନଜୀବୀ କୃପାଲ ନିଜର ପୁସ୍ତକ ‘ଫିପଟିନ୍ ଜଜମେଣ୍ଟ: କେସେସ୍ ଡ୍ୟାଟ୍ ସେପ୍‌ଡ ଦ ଫାଇନାନସିଆଲ ଲ୍ୟାଣ୍ଡସ୍କାପ ଅଫ ଇଣ୍ଡିଆ’ର ବିମୋଚନ ସମୟରେ ଜଜଙ୍କ ପଦୋନ୍ନତିରେ ହେଉଥିବା ବିଳମ୍ଵ ଉପରେ ସେ ଏହା କହିଛନ୍ତି। ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, କଣ କେନ୍ଦ୍ର ସରକାର ଜଣେ ସମଲିଙ୍ଗୀଙ୍କୁ ଜଜ କରିବାକୁ ଚାହାନ୍ତି ନାହିଁ ?  ଜବାବରେ ସେ କହିଛନ୍ତି, ଯଦି କୌଣସି ବି ସରକାରଙ୍କ ନିଷ୍ପତ୍ତି ଏବଂ ଆଭିମୁଖ୍ୟକୁ ଦେଖିବେ ତେବେ ଜାଣି ପାରିବେ ଯେ, ଏହା କେବଳ ଲିଙ୍ଗଗତ ଭେଦଭାବ କାରଣରୁ କରାଯାଉଛି। ଏହି ପ୍ରସଙ୍ଗରେ କାହିଁକି ସରକାରଙ୍କ ସହ ଆଲୋଚନା କରୁ ନାହାନ୍ତି ପ୍ରଶ୍ନର ଉତ୍ତରରେ  ସେ କହିଛନ୍ତି, ଯଦି ସେ ଏମିତି କରନ୍ତି ଏବଂ ତାଙ୍କୁ ନିଯୁକ୍ତି ମିଳିଯାଏ ତେବେ ଜଜ ଭାବେ ତାଙ୍କର ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଥାନ୍ତା। ମୋ ହିସାବରେ ଜଜମାନଙ୍କୁ କୌଣସି କାର୍ଯ୍ୟପାଳିକା ସହ ଆଲୋଚନା କରିବା ଉଚିତ୍ ନୁହଁ।

Spread the love