IAS ଅଫିସର ସ୍ତରରେ ଅଦଳବଦଳ, ବିଜୟ ଅମୃତ କୁଲାଙ୍ଗେ ହେଲେ ପଶୁପାଳନ ଓ ପ୍ରାଣୀ ଧନ ବିଭାଗର ନିର୍ଦ୍ଦେଶକ

ଭୁବନେଶ୍ୱର : IAS ଅଫିସର ସ୍ତରରେ ଅଦଳବଦଳ । ବିଜୟ ଅମୃତ କୁଲାଙ୍ଗେ ହେଲେ ପଶୁପାଳନ ଓ ପ୍ରାଣୀ ଧନ ବିଭାଗର ନିର୍ଦ୍ଦେଶକ । ଏଥିସହ ସେ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ସେହିପରି ଅବକାରୀ କମିଶନର ପି. ଅନ୍ବେଷା ରେଡ୍ଡୀ କଟକ ଆଇଜିଆରର ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ । ପ୍ରେମଜିତ ନାୟକଙ୍କୁ ଅନୁସୂଚିତ ଜାତି-ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଅଞ୍ଜନା ପଣ୍ଡା ଆୟୂଷର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି ।

Spread the love