ଆଇଏଏସ୍‌ ସ୍ତରରେ ଅଦଳ ବଦଳ, ବଦଳିଲେ ଢେଙ୍କାନାଳ ଏବଂ ଭଦ୍ରକ ଜିଲ୍ଲାପାଳ

କିଛିଦନର ଅନ୍ତର ପରେ ପୁଣିଥରେ ଆଇଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି ଓଡ଼ିଶା ସରକାର । ଭଦ୍ରକ ଜିଲ୍ଲାପାଳ ଦ୍ୱାୟିତ୍ୱରେ ଥିବା ଜ୍ଞାନରଞ୍ଜନ ଦାସଙ୍କୁ ବଦଳି କରାଯାଇ ପଞ୍ଚାୟତିରାଜ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି ସରକାର । ସେହିପରି ତାଙ୍କ ସ୍ଥାନରେ ଅର୍ଥାତ ଭଦ୍ରକ ଜିଲ୍ଲାପାଳ ଭାବେ ତ୍ରାଲୋଚନ ମାଝୀଙ୍କୁ ଦ୍ୱାୟିତ୍ୱ ଦିଆଯାଇଛି ।

ସେହିପରି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇ ପଦୋନ୍ନତି ଦିଆଯାଇଛି । ଆଇଏସ୍‌ ଭୂମେଶ୍ ବେହେରା  ହେଲେ ଆୟୁଷ ନିର୍ଦ୍ଦେଶକ । ତାଙ୍କ ସ୍ଥାନରେ ଅର୍ଥାତ ଢେଙ୍କାନାଳ ଜିଲ୍ଲାପାଳ ଭାବେ ସରୋଜ କୁମାର ସେଠୀଙ୍କୁ  ସରକାର ଦ୍ୱାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି ।

Spread the love