IAS ଓ IPS ଡେପୁଟେସନ ପ୍ରସ୍ତାବ ପ୍ରସଙ୍ଗ : ଆପତ୍ତି ଉଠାଇଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ବର ୨୫।୧: ସର୍ବ ଭାରତୀୟ ପ୍ରଶାସନିକ ସେବା କ୍ୟାଡ଼ର ରୁଲ ସଂଶୋଧନ ପ୍ରସ୍ତାବକୁ ନେଇ ଆପତ୍ତି ଉଠାଇଲା ରାଜ୍ୟ । ଏନେଇ ଟ୍ବିଟ୍ କରି ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି । ଯେଉଁ ଅଧିକାରୀଙ୍କୁ ଚାହିଁବେ ଡେପୁଟେସନରେ ନେବା ପାଇଁ ଗତ ୧୨ ତାରିଖରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟମାନଙ୍କୁ ୨୫ ତାରିଖ ସୁଦ୍ଧା ନିଜର ମତାମତ ମାଗିଥିଲା କେନ୍ଦ୍ର । ମାତ୍ର କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ ବୋଲି ରାଜ୍ୟ ଜଣାଇଛି । କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ମଧ୍ୟ ଏହା ଦ୍ବାରା ବାଧାପ୍ରାପ୍ତ ହେବ ବୋଲି ରାଜ୍ୟ କହିଛି ।

Spread the love