୮ ଜଣ ବରିଷ୍ଠ IASଙ୍କ ଅଦଳବଦଳ ଓ ଅତିରିକ୍ତ ଦାୟିତ୍ବ

IAS ସ୍ତରରେ ଅଦଳବଦଳ । ୮ ଜଣ ବରିଷ୍ଠ IASଙ୍କ ଅଦଳବଦଳ ଓ ଅତିରିକ୍ତ ଦାୟିତ୍ବ । ବିଷ୍ଣୁପଦ ସେଠୀଙ୍କୁ ପ୍ରମୁଖ ଶାସନ ସଚିବ ଦାୟିତ୍ବ । ତାଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦାୟିତ୍ବ ମିଳିଛି । ଭାସ୍କର ଜ୍ୟୋତି ଶର୍ମାଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି । ଲ୍ୟାଣ୍ଡ ରେକର୍ଡସ ଓ ସେଟେଲମେଣ୍ଟ କମିଶନର ଭାବେ ନିଯୁକ୍ତି ହୋଇଛନ୍ତି ।  ସେହିପରି ବି.ପରମେଶ୍ବରନଙ୍କୁ ଚକବନ୍ଦି କମିଶନର ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି ।

ରାମାଶିଷ ହାଜରାଙ୍କୁ BSE ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଜ୍ୟୋତିପ୍ରକାଶ ଦାସ PR&DW ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ହୋଇଛନ୍ତି । ଅରିନ୍ଦମ ଡାକୁଆଙ୍କୁ ପରିମଳ ଓ ପାନୀୟଜଳ ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି । ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଅନୁସୂଚିତ ଜାତି ନିର୍ଦ୍ଦେଶକ ହୋଇଛନ୍ତି । ସୁବ୍ରତ ଶତପଥୀଙ୍କୁ IG ପଞ୍ଜିକରଣ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି ।

Spread the love