ପିଅନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ଆଇଏଏସ୍ ଅଧିକାରୀ

ରାଞ୍ଚି: ‘ମଉସା ମୁଁ ଯାଉଛି, ଆପଣଙ୍କ ଆଶୀର୍ବାଦ ସବୁବେଳେ ମୋ ଉପରେ ଥାଉ’ | ନିଜ ଅଫିସର ଜଣେ ପିଅନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇ ନୂତନ ସ୍ଥାନ ଅଭିମୁଖେ ଯାଇଛନ୍ତି ଜଣେ ଆଇଏଏସ ଅଧିକାରୀ | କଥାଟି ଶୁଣି ଆପଣ ଭାବୁଥିବେ ଆମେ ଆପଣଙ୍କୁ କୌଣସି ସିନେମାର କାହାଣୀ କହୁଛୁ | କିନ୍ତୁ ଏହି ଘଟଣା ବାସ୍ତବରେ ଘଟିଛି ଓ ଏହି ଦୃଶ୍ୟକୁ ଦେଖି ଝାଡ଼ଖଣ୍ଡ ପାଲାମୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଆଖିରୁ ଦି ଟୋପା ଲୁହ ଝରିପଡିଛି |
ବାସ୍ତବରେ ପାଲାମୁ ଜିଲ୍ଲାରେ ଉପଜିଲ୍ଲାପାଳ ଭାବେ ପ୍ରାୟ ୧ ବର୍ଷ ଧରି କାମ କରିଥିବା ଆଇଏଏସ ଅଧିକାରୀ ଏ.ଡୋଡେଙ୍କର ଆଜି ଏହି କାର୍ଯ୍ୟାଳୟରେ ଶେଷ ଦିନ ଥିଲା | ତାଙ୍କର ବଦଳି ହୋଇଯାଇଥିବାରୁ ଆଜି ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଉଥିଲା | ତେବେ ଆଇଏଏସ ଅଧିକାରୀ ଜଣକ କାର୍ଯ୍ୟାଳୟ ଛାଡିବାବେଳେ ପିଅନ ଭାବେ କାର୍ଯ୍ୟ କରୁଥିବା ନନ୍ଦଲାଲ ପ୍ରସାଦଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ | ଏତିକି ନୁହେଁ, ପାଦ ଛୁଇଁବା ବେଳେ ସେ କହିଥିଲେ ଯେ କୌଣସି ଅଧିକାରୀଙ୍କର ଯଦି କିଏ ସବୁଠାରୁ ଅଧିକ ସେବା କେହି କରୁଥାନ୍ତି, ସିଏ କେବଳ ଅଫିସର ପିଅନ ହୋଇଥାନ୍ତି |

ଏ.ଡୋଡେ କହିଥିଲେ ଯେ ମୋ ବାପା ବି ପିଅନ ଥିଲେ | ଏ.ଡୋଡେ ପିଅନ ନନ୍ଦଲାଲଙ୍କ ପାଦ ଛୁଇଁବା ଦେଖି କାର୍ଯ୍ୟାଳୟର ଅନ୍ୟ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଉଲ୍ଲେଖ ଥାଉ କି ଏ.ଡୋଡେଙ୍କର ଆଜି ଏହି କାର୍ଯ୍ୟାଳୟରେ ଶେଷ ଦିନ ଥିବାବେଳେ ତାଙ୍କର ବ୍ୟବହାରକୁ ଦେଖି ସମସ୍ତେ କାନ୍ଦି ପକାଇଥିଲେ |

Spread the love