ଆଇବିସିଏସ୍‌ରେ ଗବେଷଣା ସମ୍ପର୍କିତ ଆନ୍ତର୍ଜାତିକ କର୍ମଶାଳା ଆୟୋଜିତ

ଭୁବନେଶ୍ୱର, ଜୁଲାଇ ୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ନିକଟରେ ‘ଆପ୍ଲିକେସନ୍ ଅଫ୍ ମଲ୍ଟି- କ୍ରାଇଟେରିଆ ଡିସିସନ୍ ମେକିଂ (ଏମ୍‌ସିଡିଏମ୍‌) ଟୁଲ୍‌ସ ଇନ୍ ରିସର୍ଚ୍ଚ’ ସମ୍ପର୍କିତ ଏକ ଆନ୍ତର୍ଜାତିକ କର୍ମଶାଳା ଆୟୋଜିତ ହୋଇଯାଇଛି । ପାପୁଆ ନ୍ୟୁଗିନି ସ୍ଥିତ ପାପୁଆ ନ୍ୟୁଗିନି ୟୁନିଭର୍ସିଟି ଅଫ୍ ଟେକ୍ନୋଲଜିର ସହଯୋଗରେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । କର୍ମଶାଳାକୁ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ତଥା କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଆପ୍ଲିକେସନ୍ସ ବିଭାଗର ପ୍ରଫେସର (ଡକ୍ଟର) ଜିବିତେଶ ମିଶ୍ର ଉଦ୍‌ଘାଟନ କରିବା ଅବସରରେ ଏମ୍‌ସିଡିଏମ୍ ଟୁଲ୍‌ସର ମହତ୍ୱ ଉପରେ ଗୁରୁତ୍ୱାରୋପ କରି ଏହା କିଭଳି ବିଶ୍ୱସ୍ତରରେ ବ୍ୟବସାୟିକ ପରିବେଶର ଅସ୍ଥିତ୍ୱ ଜାହିର କରୁଛି ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଆଇବିସିଏସ୍‌ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାଶ ବକ୍ତବ୍ୟ ରଖିଥିଲେ । ବୈଷୟିକ ପର୍ଯ୍ୟାୟ ଗୁଡ଼ିକୁ ପାପୁଆ ନ୍ୟୁଗିନି ୟୁନିଭର୍ସିଟି ଅଫ୍ ଟେକ୍ନୋଲଜିର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର କମଳାକାନ୍ତ ମୁଦୁଲି ପରିଚାଳନା କରି ପରିଚାଳନା ଗବେଷଣା କ୍ଷେତ୍ରରେ ଏମ୍‌ସିଡିଏମ୍‌ର ବ୍ୟବହାରିକ କାର୍ଯ୍ୟଧାରା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାକୁ ଆଇବିସିଏସ୍‌ର ଆସୋସିଏଟ୍ ପ୍ରଫେସର ଡକ୍ଟର ବିଭୁତି ଭୂଷଣ ମିଶ୍ର ଏବଂ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ପ୍ରିତି ୱାଇ ଷଡ଼ଙ୍ଗୀ ପରିଚାଳନା କରିଥିଲେ ।

Spread the love