‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ଫାଇନାଲ୍‌: ଟସ୍‌ ଜିତି ପ୍ରଥମେ ଭରତ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ଅହମଦାବାଦ: ଆଜି ଅହମଦାବାଦର ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌’ରେ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆର ଫାଇନାଲ୍‌ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍‌ସ୍‌ ପ୍ରଥମେ ଭାରତ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘ଟସ୍‌’ ଜିଣିବା ପରେ ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍‌ସ୍‌ କହିଛନ୍ତି, ଆମେ ଆଗ ବୋଲିଙ୍ଗ୍‌ କରିବୁ। ୱିକେଟ୍‌ ଶୁଷ୍କ ଦିଶୁଛି। କାକର ବି ଗୋଟାଏ କାରଣ। ବ୍ୟାଟିଙ୍ଗ୍‌ କରିବାକୁ ଭଲ ହେବ। ଏହି ଟୁର୍ଣ୍ଣାମେଣ୍ଟର୍‌ ପ୍ରାରମ୍ଭ କଷ୍ଟସାଧ୍ୟ ଜଣାପଡୁଛି। ଆମେ କେବେ ଭୁଲ୍‌ ନିଷ୍ପତ୍ତି ନେଇନାହୁଁ। ସବୁ ବ୍ୟବସ୍ଥା ଠିକ୍‌ ଅଛି।

ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଆମେ ଆଗ ବ୍ୟାଟିଙ୍ଗ୍‌ କରିଥାଆନ୍ତୁ। ପିଚ୍‌ ଭଲ ଦିଶୁଛି। ଗୁରୁତ୍ବପୂର୍ଣ୍ଣ ଖେଳ। ଅଧିକ ରନ୍‌ ସଂଗ୍ରହ କରିବାକୁ ପଡ଼ିବ। ବିଚିତ୍ର କଥା ଯେ, ଆ‌ମେ ଯେତେ ଥର ଏଠାରେ ଖେଳିଛୁ ବହୁସଂଖ୍ୟକ ଦର୍ଶକ ସମାଗମ ହୋଇଛି। କ୍ରିକେଟ୍‌ ମ୍ୟାଚ୍‌ରେ ଗୋଟାଏ ଗୁରୁତ୍ବପୂର୍ଣ୍ଣ ସମୟ। ଆମକୁ ଶାନ୍ତ ରହିବାକୁ ପଡ଼ିବ। ଫାଇନାଲ୍‌ ଖେଳରେ ଅଧିନାୟକତ୍ବ କରି ଅଭିଳାଷ ସାକାର ହୋଇଛି। ଜାଣେ, ଆମକୁ କ’ଣ ସମ୍ମୁଖୀନ ହେବାକୁ ପଡ଼ିବ। ତେଣୁ, ଭଲ ଖେଳି ଭଲ ଫଳ ପାଇବା ଆବଶ୍ୟକ।

ଆଜି ଭାରତୀୟ ଏକାଦଶରେ ଖେଳୁଛନ୍ତି, ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ୍‌ ଆୟର୍‌, କେ. ଏଲ୍‌. ରାହୁଲ୍‌ (ୱିକେଟ୍‌ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଦେଜା, ମହମ୍ମଦ୍‌ ଶାମି, ଜସ୍‌ପ୍ରିତ୍‌ ବୁମ୍‌ରା, କୁଳଦୀପ ଯାଦବ ଓ ମହମ୍ମଦ୍‌ ସିରାଜ।

ସେହିପରି, ଅଷ୍ଟ୍ରେଲିଆ ଏକାଦଶରେ ଖେଳୁଛନ୍ତି, ଟ୍ରେଭିସ୍‌ ହେଡ୍‌, ଡେଭିଡ୍‌ ୱାର୍ଣ୍ଣର୍‌, ମିସେଲ୍‌ ମାର୍ସ, ଷ୍ଟିଭେନ୍‌ ସ୍ମିଥ୍, ମାର୍ଣ୍ଣସ୍‌ ଲାଗୁସେନି, ଗ୍ଲେନ୍‌ ମ୍ୟାକ୍ସ‌ୱେଲ୍‌, ଜସ୍‌ ଇଙ୍ଗ୍‌ଲିସ୍‌ (ୱିକେଟ୍‌ରକ୍ଷକ), ପ୍ୟାଟ୍‌ କ୍ୟୁମିନ୍‌ସ୍‌ (ଅଧିନାୟକ), ମିସେଲ୍‌ ଷ୍ଟାର୍କ, ଆଦାମ ଜାମ୍ପା ଓ ଜସ୍‌ ହେଜେଲ୍‌ଉଡ୍‌।

Spread the love