ବାଲାଂଦେଶକୁ ପଛରେ ପକାଇ ସେମିଫାଇନାଲରେ ଭାରତ

ଚଳିତ ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାଂଲାଦେଶ 28 ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ସହ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ ଭାରତ 13 ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି।

ଏହି ମ୍ୟାଚରେ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଶତକ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ହରାଇ 314 ରନ୍ କରିଥିଲା। ଭାରତ ପକ୍ଷରୁ ରୋହିତ୍ 92 ବଲରେ୍ 7 ଚୌକା ଓ 5 ଛକା ସହ 104 ଓ ରାହୁଲ୍ 77 (92 ବଲ୍, 6 ଚୌକା, 1 ଛକା) ରନ୍ କରିଥିଲେ। ଜବାବରେ ବାଂଲାଦେଶ 48 ଓଭରରେ ସମସ୍ତ ୱିକେଟ୍ ହରାଇ 286 ରନ୍ କରିବାକୁ ସକ୍ଷମ ହୋଇଛି।

Spread the love