ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କୁ ଟଙ୍କା ରଖିଲେ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଲା ଖୁସିର ଖବର ।ବ୍ୟାଙ୍କ କହିବା ଅନୁସାରେ ଏଣିକି ଆଇସିଆଇସିଆଇ ବ୍ୟାଙ୍କରେ ଯେଉଁ ଗ୍ରାହକ ମାନେ ଫିକ୍ସ ଡିପୋଜିଟ୍‌ ରଖିବେ ସେମାନଙ୍କୁ ପୂର୍ବ ଅପେକ୍ଷା ଅଧିକ ସୁଧ ଦେବ ବ୍ୟାଙ୍କ ।ବ୍ୟାଙ୍କ କହିଛି କି ୨କୋଟିରୁ ୫କୋଟି ମଧ୍ୟରେ ଡିପୋଜିଟ୍‌ କରୁଥିବା ଗ୍ରାହକଙ୍କୁ ଅଧିକ ସୁଧ ଦିଆଯିବ । ଏହି ବର୍ଦ୍ଧିତ ସୁଧ ଏପ୍ରିଲ ୧୪-୨୦୨୨ରୁ ଅଥାତ ଗତକାଲି ଠାରୁ   ଲାଗୁୁ କରାଯାଇଛି । ଯେଉଁ ଗ୍ରାହକ ମାନେ ୧ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଏହି ଫିକ୍ସ ଡିପୋଜିଟ୍‌ କରିବେ ସେମାନଙ୍କୁ ଏହି ସୁବିଧା ମିଳିବ । ତାହା ସହ ଏହି ଡିପୋଜିଟକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ସୁଧ ହାର ରହିଛି । ଡିପୋଜିଟ୍‌ ଆଧାରରେ ବ୍ୟାଙ୍କ ସୁଧ ଦେବ ବୋଲି ସୂଚନା ଦେଇଛି ।

Spread the love