ଆଇକନିକ୍ ଇଣ୍ଡିଆ ଇଣ୍ଟରନେଶନାଲ୍ ଓପେନ୍ ଗେଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର : ଆଇକନିକ୍ ସ୍ପୋର୍ଟସ୍ ଫେଡରେଶନ୍ (ISF) ଓ ଇଣ୍ଡିଆନ୍ ଗେଟବଲ୍ ୟୁନିଅନ୍ (IGU) ଙ୍କ ସଂଯୁକ୍ତ ଉଦ୍ୟମରେ ‘ଆଇକନିକ୍ ଇଣ୍ଡିଆ ଇଣ୍ଟରନେଶନାଲ୍ ଓପେନ୍ ଗେଟବଲ୍ ଟୁର୍ଣ୍ଣାମେଣ୍ଟ 2025’ ଆଜି କଳିଙ୍ଗ ଷ୍ଟେଡିଆମ୍‌ରେ ଭବ୍ୟତାର ସହ ଆରମ୍ଭ ହେଲା। ଉଦ୍ଘାଟନ ଅନୁଷ୍ଠାନରେ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ,  ମନ୍ତ୍ରୀ  ରବି ନାରାୟଣ ନାୟକ, ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା ଓ ବିଜେପି ମିଡିଆ ସେଲ୍ ଅଧ୍ୟକ୍ଷ ସୁଜିତ ଦାସ ଉପସ୍ଥିତ ଥିଲେ। ତାଇୱାନ୍ ଓ ଇଣ୍ଡୋନେସିଆର ଅଧିକାରୀ ଓ ଖେଳାଳିମାନଙ୍କ ସହ 18 ରାଜ୍ୟରୁ 200 ଜଣ ଭାରତୀୟ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରକୁ କ୍ରୀଡା ନକ୍ଷାରେ ଆଉ ସୁପ୍ରତିଷ୍ଠିତ କରିଛି। ISF ର ଡ଼. ଚିଦାତ୍ମିକା ଖଟୁଆ, ଡ଼. ସଞ୍ଜୟ ଚୌଧୁରୀ, ଶେଖ ଅବଦୁଲ ସମିମ, ଡ଼. ପ୍ରଦୀପ୍ତ ମହାନ୍ତି ଓ କାର୍ଯ୍ୟକାରୀ ସଭାପତି ମିଷ୍ଟର ତରିଣୀ ପ୍ରସାଦ ମହାନ୍ତି ଆଦି ବିଶିଷ୍ଟ ନେତୃତ୍ୱ ଉପସ୍ଥିତ ଥିଲେ। IGU ପକ୍ଷରୁ ଡ଼. ଉମାକାନ୍ତ ପାଣି ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ISF କାନାଡାରେ ଆନ୍ତର୍ଜାତୀୟ ଗେଟବଲ୍ ଲିଗ୍ ଆରମ୍ଭ କରିବାକୁ ଶୀଘ୍ର ଘୋଷଣା କରିଛି। ଭାରତକୁ କ୍ରୀଡାରେ ଗ୍ଲୋବାଲ୍ ଆଇକନ୍ କରିବା ଆମର ଲକ୍ଷ୍ୟ। ଏହି ଟୁର୍ଣ୍ଣାମେଣ୍ଟ ଗୋଟିଏ ନୂଆ ଯାତ୍ରାର ଆରମ୍ଭ ହେବାକୁ ଯାଉଛି ବୋଲି ISF ର ନିର୍ଦେଶକ ସଞ୍ଜୟ ଚୌଧୁରୀ ଏକ ପ୍ରେସ୍ର ଵିଜ୍ଞାପ୍ତି ରେ କହିଛନ୍ତି।

Spread the love