ଯଦି ଭାରତ ପାକିସ୍ତାନ ଏକ ହୋଇଯିବେ ତେବେ କ’ଣ ହେବ , ପଢନ୍ତୁ ଏହି ରିପୋର୍ଟ

ଦେଶ ବିଭାଜନ ପୂର୍ବରୁ ହିନ୍ଦୁ ଏବଂ ମୁସଲମାନ, ଶୀଖ ଏବଂ ଅନ୍ୟ ସମ୍ପ୍ରଦାୟର ଲୋକେ ଏକାଠି ରହୁଥିଲେ । ସମସ୍ତଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସାଙ୍ଗକୁ ବ୍ୟାପାର ବାଣିଜ୍ୟ କରି ପରସ୍ପର ଭଲରେ ଚଳୁଥିଲେ । ଇଂରେଜ ମାନଙ୍କ ଚକ୍ରାନ୍ତରେ ଭାରତ ଓ ପାକିସ୍ତାନ ଦୁଇଦେଶ ଅଲଗା ହେଲା । ଏବଂ କ୍ଷମତା ଓ ସାମ୍ରାଜ୍ୟ ଲୋଭରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଲା ।  ଅନେକ  ସାଧାରଣ ଲୋକଙ୍କ ସହ ଉଭୟ ପକ୍ଷରୁ ସୈନ୍ୟ ସହିଦ  ହେଲେ । ଭାରତ ଉପରେ କବଜା କରିବା ପାଇଁ ପାକିସ୍ତାନ ବହୁବାର ଚେଷ୍ଟା କରିଛି । ଏବଂ ପରାଜୟ ସ୍ୱୀକାର କରିଛି । ସ୍ୱାଧିନତା ପର ଠାରୁ ଦୁଇଦେଶ ମଧ୍ୟରେ ସମ୍ପର୍କରେ କେବେ ସୁଧାର ଆସିନାହିଁ । ପ୍ରତିଦିନ ସୀମାରେଖାରେ ଆତଙ୍କବାଦ ଅନୁପ୍ରବେଶ ଦେଉଛି । ଗୁଳିଗୁଳା ବର୍ଷା ହେଉଛି ।  ଅନେକ ସହିଦ ହେଉଛନ୍ତି । ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢୁଛି । ହେଲେ କେବେ ଭାବିଛନ୍ତି ଯଦି  ଦୁଇଦେଶ ଏକ ହୋଇଯିବେ ତେବେ କ’ଣ ହେବ । ଆସନ୍ତୁ କେତୋଟି ଦିଗ ଉପରେ ଆଲୋଚନା କରିବା-

  • ଯଦି ଭାରତ- ପାକିସ୍ତାନ ଏକ ହୋଇଯିବେ ତେବେ ଭାରତର ଶକ୍ତି ବଢିଯିବ । ଆମଦେଶ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ହୋଇଯିବ । ଭାରତ ଓ ପାକିସ୍ତାନୀ ସେନା ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା ହେବେ ।
  • ଆମ ଦେଶ ବିଶ୍ୱର ସବୁଠାରୁ ସଂଖ୍ୟା ବହୁଳ ଦେଶ ହୋଇଯିବ ।  ହିନ୍ଦୁ ମୁସଲମାନଙ୍କ ସଂଖ୍ୟା ସମାନ ହୋଇଯିବ। ବର୍ତ୍ତମାନ ଚୀନ ସବୁଠାରୁ ସଂଖ୍ୟା ବହୁଳ ରାଷ୍ଟ୍ର ଭାବରେ ଗଣା ହେଉଛି । ଭାରତ ପାକିସ୍ତାନ ଏକ ହୋଇଗଲେ ଜନସଂଖ୍ୟାରେ  ଭାରତ ବିଶ୍ୱର ନଂ 1 ହୋଇଯିବ । ବାଣିଜ୍ୟ କ୍ଷେତ୍ରରେ ଭାରତ ବିଶ୍ୱର ସବୁଠାରୁ ବଡ ବଜାର ପାଲଟି ଯିବ ।  ଆମ ଦେଶ ବିଶ୍ୱର ସବୁଠାରୁ ବଡ ଅର୍ଥ ବ୍ୟବସ୍ଥା ବାଲା ଦେଶ ହୋଇଯିବ । ଏବଂ ଭାରତର ଜିଡିପି ଦୁନିଆର ବଡ ଜିଡିପି ହେବ ।
  • ଦୁଇ ଦେଶର ଲୋକେ ଶାନ୍ତିରେ ରହିବେ ।
  • କ୍ରିକେଟ ଜଗତରେ ଦୁଇ ଦେଶ ଭଲ ପ୍ରଦର୍ଶନ କରୁଛନ୍ତି । ପାକିସ୍ତାନ ଭାରତ ସହ ମିଶିଗଲା ପରେ ଭାରତ ଦୁନିଆର ଶ୍ରେଷ୍ଠ କ୍ରିକେଟ ଟିମ ଭାବେ ଉଭାହେବ ।
  • ପାକିସ୍ତାନ ସିନ୍ଧୁ ଉପତ୍ୟାକାରେ ଅବସ୍ଥିତ ହୋଇଥିବାରୁ କୃଷ୍ଟି କ୍ଷେତ୍ରରେ ମଧ୍ୟ ଆମ ଦେଶ ପ୍ରଗତି କରିବ । ଆମ ଦେଶ ଗରିବ ଦେଶମାନଙ୍କୁ ଖାଦ୍ୟ ରପ୍ତାନୀ କରିବ । ଏହାଦ୍ବାରା ଆମ ଦେଶ ବିଶ୍ୱର ଲୋକପ୍ରିୟ ଦେଶ ହେବ । 
  • ପର୍ଯ୍ୟଟନ କ୍ଷେତ୍ରରେ ଭାରତ ଦୁନିଆର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ । ଏହା ଦ୍ବାରା ଭାରତର ଅର୍ଥବ୍ୟବସ୍ଥା  ଦୁଇଗୁଣା ହେବ ।
Spread the love