ଆସନ୍ତୁ ଜାଣିବା ରାକ୍ଷସ ସ୍ନାନ ବିଷୟରେ…

ହିନ୍ଦୁ ଜୀବନଶୈଳୀରେ ସ୍ନାନର ବଡ଼ ମହତ୍ତ୍ୱ ରହିଛି। ପୂରା ବର୍ଷରେ ଏମିତି ଅନେକ ଅବସର ଆସିଥାଏ, ଯେବେ ଆମେ ମୋକ୍ଷ ପ୍ରାପ୍ତି ପାଇଁ ନଦୀରେ ସ୍ନାନ କରିଥାଉ। ଏପରି କି, ଆମ ଧର୍ମଗ୍ରନ୍ଥରେ ମଧ୍ୟ ସ୍ନାନ ବିଷୟରେ ସ୍ପଷ୍ଟ ଭାବେ କୁହାଯାଇଛି। ଏଥିରେ ସ୍ନାନକୁ ସମୟ ହିସାବରେ ୪ ଭାଗରେ ବଣ୍ଟା ଯାଇଛି। ଆଜି ଆମେ ଆପଣଙ୍କୁ ମୁନି ସ୍ନାନ, ଦେବ ସ୍ନାନ, ମାନବ ସ୍ନାନ ଏବଂ ରାକ୍ଷସ ସ୍ନାନ ବିଷୟରେ କହିବୁ।
ମୁନି ସ୍ନାନ
ଯେଉଁ ସ୍ନାନ ଭୋର୍‌ ୪ଟାରୁ ପ୍ରାତଃ ୫ଟା ମଧ୍ୟରେ କରାଯାଏ, ତାହାକୁ ମୁନି ସ୍ନାନ କୁହାଯାଏ। ମୁନି ସ୍ନାନ କରୁଥିବା ବ୍ୟକ୍ତିଙ୍କ ଘରେ ସୁଖ, ଶାନ୍ତି, ସମୃଦ୍ଧି, ବଳ ଏବଂ ଆରୋଗ୍ୟର ଆଗମନ ହୋଇଥାଏ। ମୁନି ସ୍ନାନକୁ ସର୍ବୋତ୍ତମ ସ୍ନାନ କୁହାଯାଏ।

ଦେବ ସ୍ନାନ
ଯେଉଁ ସ୍ନାନ ପ୍ରାତଃ ୫ଟାରୁ ସକାଳ ୬ଟା ମଧ୍ୟରେ କରାଯାଏ, ତାହାକୁ ଦେବ ସ୍ନାନ କୁହାଯାଏ। ଏମିତି ସ୍ନାନ କରୁଥିବା ବ୍ୟକ୍ତିଙ୍କ ଜୀବନରେ ଯଶ, କୀର୍ତ୍ତି, ସୁଖ, ଶାନ୍ତି ଏବଂ ସନ୍ତୋଷର ଆଗମନ ହୋଇଥାଏ। ଏହା ହେଉଛି ଉତ୍ତମ ସ୍ନାନ।

ମାନବ ସ୍ନାନ
ଏମିତି ସ୍ନାନ ସକାଳ ୬ଟାରୁ ୮ଟା ମଧ୍ୟରେ କରାଯାଏ। ମାନବ ସ୍ନାନ କରୁଥିବା ବ୍ୟକ୍ତି ଜୀବନରେ ସଫଳତା ହାସଲ କରିଥାଆନ୍ତି। ଏମାନଙ୍କର ଭଲ କର୍ମ ଯୋଗୁ ପରିବାରରେ ଏକତା ବଜାୟ ରହିଥାଏ। ମାନବ ସ୍ନାନକୁ ସାମାନ୍ୟ ସ୍ନାନ କୁହାଯାଏ।

ରାକ୍ଷସ ସ୍ନାନ
ଯେଉଁ ସ୍ନାନ ସକାଳ ୮ଟା ପରେ କରାଯାଇଥାଏ, ତାହା ରାକ୍ଷସ ସ୍ନାନ ହୋଇଥାଏ। ଏଭଳି ବ୍ୟକ୍ତିଙ୍କୁ ନିଜ ଜୀବନରେ ଦାରିଦ୍ର୍ୟତା, ହାନି, କ୍ଲେଶ ଏବଂ ଧନହାନିର ସାମ୍ନା କରିବାକୁ ପଡ଼ିଥାଏ। ଏହି ସ୍ନାନ ନିମ୍ନ ସ୍ତରର ହୋଇଥାଏ।

Spread the love