ଇଗନାଇଟ୍ ସର୍ଟ ଫିଲ୍ମ୍ ଫେଷ୍ଟିଭାଲ୍

ଭୁବନେଶ୍ବର,  ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ଭାରତର ସ୍ୱାଧୀନତା ସଗ୍ରାମର ଏହି ମହାନାୟକ ନିଜର ଅହିଂସା ନୀତି ଦ୍ୱାରା ସାରା ବିଶ୍ୱ ପାଇଁ ସୃଷ୍ଟିକଲେ ଉଦାହରଣ । ଭାରତରେ ବାପୁ ଭାବରେ ପରିଚିତ ଏଇ ମହାନାୟକଙ୍କର ନୀତି ଆଦର୍ଶର ମୁଲ୍ୟବୋଧ ଆଜିର ସମାଜରେ ମଧ୍ୟ ଭଲଭାବେ ଉପଲବ୍ଧି କରିହୁଏ । ଭାରତୀୟଙ୍କ ପାଇଁ ସେ ଜାତିର ପିତା , କେବଳ ଭାରତ ନୁହେଁ ସାରା ବିଶ୍ୱ ତାଙ୍କ ଚିନ୍ତାଧାରା କୁ ସମ୍ମାନ ଜଣାଏ । ତାଙ୍କ ଆଦର୍ଶ ଦେଶ, ସମାଜ ତଥା ବ୍ୟକ୍ତି ସମୁହଙ୍କ ପାଇଁ ଉଚିତ୍ ମାର୍ଗଦର୍ଶନ । ଗାନ୍ଧୀ ତାଙ୍କ ସାରା ଜୀବନକୁ ଦେଶର ହୀତ ପାଇଁ ଉସ୍ୱର୍ଗ କରିଥିଲେ, ତାଙ୍କ ଆଦର୍ଶ, ନୀତି ପରବର୍ତ୍ତୀ ସମୟରେ ଏକ ଶାନ୍ତ ଓ ପ୍ରଗତିଶୀଳ ଭାରତ ଗଠନରେ ସହାୟକ ହୋଇଆସୁଛି । ସତ୍ୟ,ଅହିସାଂ,ନମ୍ରତା,  ଆତ୍ମ ବିଶ୍ୱାସ,ନେତୃତ୍ୱ ଆମକୁ ପ୍ରେରଣା ଦିଏ,ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଆଗାମୀ ପିଢ଼ୀ ତାଙ୍କ ନିତି ଆଦର୍ଶକୁ ଅନୁକରଣ କଲେ ଜଣେ ନିଜେ ଆଦର୍ଶ ବ୍ୟକ୍ତିତ୍ୱର ଅଧିକାରୀ ହେବାସହ ଏକ ସମୃଦ୍ଧ ସମାଜ ଗଠନ ହୋଇପାରବ । ଏକ ଜଟିଳ ସମୟରେ ଏବଂ ସାମାଜିକ, ନୌତିକ, ଆର୍ଥିକଭାବେ ଅସ୍ଥିର ସମାଜରେ ଆମେ ଏବେ ରହୁଛୁ । ଏବେ ସମୟ ଆସିଛି ଗାନ୍ଧୀଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାର ।
ଭାରତ ସହ ପୁରା ଦେଶ ଏବର୍ଷ ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରୁଛି, ଏହିଅବସରରେ ଓଡ଼ିଶାର  ପ୍ରଡ଼କସନ ହାଉସ-ସ୍ପର୍ଶ ଏହାର ତୃତୀୟ ସସ୍କଂରଣ- ଇଗନାଇଟ୍ ସର୍ଟ ଫିଲ୍ମ୍ ଫେଷ୍ଟିଭାଲ୍‌-୨୦୨୦ ଆୟୋଜନ କରଛି ଯାହାକି ଞ୍ଛଗାନ୍ଧିଙ୍କଜୀବନ ଦର୍ଶନ‛ ବିଷୟ ଉପରେ ଆଧାରିତ ।

ଏଥିରେ ଭାଗନେଇଥିବା ଫିଲ୍ମ ଗୁଡ଼ିକ ଲୋକ ଓ ସମାଜକୁ ସଚେତନ କରିବା ସହ ନିଜ ନିଜ ଭିତରେ ଗାନ୍ଧୀଙ୍କର ଆଦର୍ଶକୁ ଜୀବିତ ରଖିବାରେ ସହାୟକ ହେବ । ଏହି ଅବସରରେ ବରିଷ୍ଠ ପତ୍ରକାର ଶ୍ରୀ ସମ୍ପଦ ମହାପାତ୍ର ନିଜ ବକ୍ତବ୍ୟ ରେ କହିଲେ ଯେ ଆଇଜିଏନଆଇଟିଇ ଚଳଚିତ୍ର ଉତ୍ସବ ୨୦୨୦ ର ବିଷୟ ମହାତ୍ମା ଗାନ୍ଧୀଙ୍କର ଉପରେ ଆଧାରିତ ଉ୍‌ଦ୍ଦୀପକ ଥିଲା । ପରିବେଶ ଓ ସୂସ୍ଥ୍ୟ ଉପରେ ଚଳଚିତ୍ର ସହଜ,କିନ୍ତୁ ଅତୀତରେ ଆଧାରିତ କୌଣସି ଘଟଣା ଉପରେ ଚଳଚିତ୍ର ତିଆରି କରିବା କଷ୍ଟକର ଓ ମୁଁ କୃତଜ୍ଞ ଜଣାଉଛି ସମସ୍ତ ପ୍ରତିଯୋଗୀଙ୍କୁ ଯେଉଁଟାକି ୧୦୦ ବର୍ଷ ପୁରୁଣା‛ । ପ୍ରତିଯୋଗୀଙ୍କ ଉତ୍ସାହ ବଢାଇ ଚଳଚିତ୍ର ନିର୍ମାତା ଅମ୍ରତ୍ୟ ଭଟ୍ଟଚାର୍ଯ୍ୟ କହିଥିଲେ ଞ୍ଛଯେ ମହାତ୍ମା ଗାନ୍ଧୀଙ୍କୁ ବିଷୟ ରୂପରେ ବଛା ଯାଇଥିବାରୁ ଆଇଜିଏନଆଇଟିଇ ଚଳଚିତ୍ର ଉତ୍ସବ କୁ ସଲାମ, ଯାହାକି କାଳ୍ପନିକ ଏହାସହିତ ଏାହାକୁ ଚଳଚିତ୍ର ବିକାଶ ପାଇଁ ଏହି ବିଷୟକୁ ବାଛିବା ସାହାସଯୋଗ୍ୟ କାର୍ଯ୍ୟ । ମୁଁ ଏହି ଭଳି କାହାଣୀ ସହ ଜଡିତ ହୋଇ ଓ ଏହି ଭଳି କାର୍ଯ୍ୟର ସମର୍ଥନ କରିବା ପାଇଁ ସମସ୍ତ ପତିଯୋଗୀ ପ୍ରଶଂସା କରୁଛି‛ । ବିଜୟତାଙ୍କୁ ଅଭିନଦନ ଦେବା ସହ ସଦୀପ ସାହୁ କହିଲେ ଞ୍ଛଯେ ପୂର୍ବ ବର୍ଷର ତୁଳନାରେ ଏହି ବର୍ଷ ପତିଯୋଗୀଙ୍କ ତାଲିକା କମ୍ ଥିଲା, କିନ୍ତୁ ଏହି ଅଳ୍ପ ପତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ୩ଜଣଙ୍କୁ ବାଛିବା କଷ୍ଟକର ଥିଲା । ଏହି ଉଦ୍ୟମ ସହ ମିଶିବା ପାଇଁ ମୁଁ ସମସ୍ତ ପତିଯୋଗୀଙ୍କୁ ଧନ୍ୟବାଦ ଜଣାଉଛି‛ ।

ଏହାର ପୁରସ୍କାର ବିତରଣ ସମାରୋହ ୪ ମାର୍ଚ୍ଚ ୨୦୨୦ ରେ ଭୁବନେଶ୍ୱର ସ୍ଥିତ ଉତ୍କଳ ଚେମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରି ଲିମିଟେଡ଼୍ ଠାରେ ଆୟୋଜିତ ହୋଇଥିଲା । ଏଥିରେ ଅତିଥି ରୂପେ ଓଡିଶାର ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସମ୍ପଦ ମହାପାତ୍ର, ସନ୍ଦୀପ ସାହୁ ଏବଂ ଯୁବ ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ୍‌ନିର୍ମାତା ଅମ୍ରତ୍ୟ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ ।

ଶେଖ୍ ଗୁଲ୍‌ଜାର ହୁସେନ୍ , ଜଣେ ଯୁବ ଫିଲ୍ମ୍‌ନିର୍ମାତା  ମେମୋରି ଅଫ୍ ବାପୁ‛ ଫିଲ୍ମ୍ ପାଇଁ ପ୍ରଥମ ପୁରସ୍କାର ଲାଭ କରିବା ସହ ୨୦,୦୦୦ ହଜାର ପୁରସ୍କାର ରାଶି ଗ୍ରହଣ କରିଥିଲେ । ଅନ୍ୟତମ ଯୁବ ଫିଲ୍ମ୍‌ନିର୍ମାତା ସଗ୍ରାମ କେସରୀ ‘ଗାନ୍ଧୀ ଆଉ ନାହାନ୍ତି ’ ଫିଲ୍ମ ପାଇଁ ପ୍ରଥମ ରନର୍ସ ଅଫ୍ ପୁରସ୍କାର ଲାଭ କରିବା ସହ ୧୦,୦୦୦ ହଜାର ପୁରସ୍କାର ରାଶି ଗ୍ରହଣ କରିଥିଲେ । ଜ୍ଞାନ ରଞ୍ଜନ ସାଥୁଆ ‘ସ୍ୱଚ୍ଛ ସଙ୍କଳ୍ପ’ ଫିଲ୍ମ ପାଇଁ ଦ୍ୱିତୀୟ ରନର୍ସ ଅଫ୍ ପୁରସ୍କାର ଲାଭ କରିବା ସହ ୧୦,୦୦୦ ହଜାର ପୁରସ୍କାର ରାଶି ଗ୍ରହଣ କରିଥିଲେ ।

Spread the love