ଖୋଲୁଛି କଟକ IIFL ସୁନା ହେରଫେର ଗୁମର, ମିଳିଲାଣି ୧୦ କେଜି ସୁନା

ଧିରେ ଧିରେ ଖୋଲୁଛି କଟକ ଆଇଆଇଏଫଏଲ ସୁନା ଗହଣା ଲୁଟ ଗୁମର ।  ଜବତ ହେଉଛି କିଲୋ କିଲୋ ସୁନା । କଟକ ଆଇଆଇଏଫ୍‌ଏଲ୍‌ ସଂସ୍ଥାରୁ ଲୁଟ୍‌ ଘଟଣାରେ ଘଟଣାରେ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି । ଏହି ଗିରଫ ଜାରି ରହିବ, ଆଗକୁ ଆହୁରି ଗିରଫ ହେବେ। ମନ୍ନାପୁରମ ଗୋଲ୍ଡ ଲୋନ୍‌ ସଂସ୍ଥାର ଚୌଧୁରୀ ବଜାର ଏବଂ ବଜ୍ରକବାଟି ଶାଖାରୁ କେବଳ ୬ କିଲୋ ୭୦୦ ଗ୍ରାମ ସୁନା ମିଳିଛି। ୨୦୧୬ରୁ ଏହି ଲୁଟ୍‌ ଚାଲିଆସୁଛି  ।

ଜବତ ସୁନା ଗହଣାର ହିସାବ ଦେଇପାରିନଥିଲେ ସଂସ୍ଥା କର୍ତ୍ତୃପକ୍ଷ । ଯାହା ଆଇଆଇଏଫଏଲରୁ ଲାଲା ରଖିଥିବା ଲିଙ୍କ ରହିଥିବା ତଦନ୍ତ ସମୟରେ ଜାଣିବାକୁ ପାଇଛି ପୋଲିସ। କେବଳ ଯେ ଅନ୍ୟ ଗୋଲ୍ଡ ଲୋନ ସଂସ୍ଥାରେ ନୁହେଁ ବରଂ କିଛି ସୁନା ଦୋକାନରେ ମଧ୍ୟ ଲିଙ୍କକୁ ଆସିଛି। ସେ ଆଧାରରେ ଦୁଇଜଣ ସୁନା ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଏବେ ସୁନା ଗହଣା ଲୁଟ  ଓ ହେରଫେର ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ ଏହି ଗିରଫ ଦାରୀ ସଂଖ୍ୟା ଆଗକୁ ବଢିବ ବୋଲି  କହିଛନ୍ତି ପୋଲିସ କମିଶନର ।

ହୋଇଥିବା ସମସ୍ତ ସୁନା ଏବେ ପୋଲିସ ହେପାଜତରେ ରହିବ । ପରବର୍ତ୍ତି ସମୟରେ ଜିଲ୍ଲା ଆର୍ମୋରୀକୁ ଯିବ । ସେଠାରେ ସୁନାର ଓଜନ ଓ କ୍ୱାଲେଟିର ଯାଞ୍ଚ କରାଯିବ । ସମସ୍ତ ଭେରିଫେକସନ ପରେ ସୁନା ଗହଣାକୁ ପୁଣି ସଂସ୍ଥାକୁ ପଠାଇ ଦିଆଯିବ ବୋଲି କହିଛନ୍ତି ପୋଲିସ କମିଶନର। ଅନ୍ୟପଟେ ନୟାସଡ଼କସ୍ଥିତ ଆଇଆଇଏଫ୍‌ଏଲ୍‌ର ମ୍ୟାନେଜର ଅୟନ ଶାହା ରାୟ କହିଛନ୍ତି ଯେ, ସୁନା ବନ୍ଧକ ରଖିଥିବା ଗ୍ରହକମାନେ ସେମାନଙ୍କ ସୁନା ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ଆମର ଇନ୍‌ସୁରାନ୍ସ ପଲିସିଅଛି। ଗ୍ରାହକମାନେ ସେମାନଙ୍କର ସୁନା ନିଶ୍ଚେ ଫେରିପାଇବେ ।

କଟକ ନୟାସଡ଼କସ୍ଥିତ ଆଇଆଇଏଫ୍‌ଏଲ୍‌ ନାମକ ଏକ ଫାଇନାନ୍ସ ସଂସ୍ଥାରୁ ନଭେମ୍ଵର ୧୯ ତାରିଖରେ ଲୁଟ୍‌ ହୋଇଥିଲା। ବନ୍ଧୁକମୁନରେ ପ୍ରାୟ ୨୦ କୋଟି ଟଙ୍କାର ସୁନା ଲୁଟି ନେଇଥିଲେ ୪ଜଣ ଦୁର୍ବୃତ୍ତ। ଘଟଣାର ୬ ଦିନପରେ ଏହି ଲୁଟ୍‌ର ପର୍ଦ୍ଦାଫାସ୍ କରିଥିଲା କମିସନରେଟ ପୋଲିସ। ସଂସ୍ଥାର ଦୁଇଜଣ କର୍ମଚାରୀ ହିଁ ଏହି ଘଟଣାର ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିବା ପରେ ଧିରେ ଧିରେ ଲୁଟ୍‌ର ଗୁମର ଫିଟିଥିଲା। ଆଇଆଇଏଫ୍‌ଏଲ୍‌ ଶାଖା ସୁନା ଲୁଟ୍‌ରେ ଉକ୍ତ ସଂସ୍ଥାର ଦୁଇ କର୍ମଚାରୀ ଲାଲା ଅମ୍ରିତ ରାଏ ଏବଂ ନିଳିମା ଲେଙ୍କା ହିଁ ମାଷ୍ଟରମାଣ୍ଡ ଥିବା ଜଣା ପଡ଼ିଥିଲା। ରାଜ୍ୟରେ ଏହି ଘଟଣାର ଯେପରି ପୁନରାବୃତି ନହୁଏ ସେଥିପ୍ରତି ପୋଲିସ ଚିନ୍ତା କରିଛି। ଏଣିକି ରାଜ୍ୟର ସମସ୍ତ ସୁନା ଋଣ ପ୍ରଦାନକାରୀ ସଂସ୍ଥା ଉପରେ ପୋଲିସ କଡ଼ା ନଜର ରଖିବ। ଶନିବାର ଏବାବଦରେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏକ ସାମ୍ଵାଦିକ ସମ୍ମିଳନୀରେ କହିଛନ୍ତି  । ୨୦୧୬ ମସିହାରୁ ଲାଲା ଓ ତା ଟିମ ସୁନା ହେରଫେର କରି ଟଙ୍କା ହଡପ କରି ଆସୁଛନ୍ତି । ଆଉ ଆଜି ଲାଲା ଓ ଅନ୍ୟ ୫ ସହଯୋଗୀଙ୍କ ରିମାଣ୍ଡ ଅବଧି ଶେଷ ହେଉଛି । ଅଧିକ ତଦନ୍ତ ଲାଗି  ପୁଣିଥରେ ରିମାଣ୍ଡରେ ଅଣାଯିବା ପାଇଁ ଯୋଜନା କରାଯାଉଥିବା   କହିଛନ୍ତି ସିପି ।

Spread the love