IIMC ର ନୂଆ ଲୋଗୋ ଲୋକାର୍ପିତ; ଏବେ ସଂସ୍ଥାନର ନାମ ସହିତ ରହିବ ଟ୍ୟାଗ ଲାଇନ

ନୂଆଦିଲ୍ଲୀ  :  ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ର ସଂଶାଧିତ ଲୋଗୋ ଶନିବାର ଲୋକାର୍ପଣ କରାଯାଇଛି। ସଂସ୍ଥାନର ମହାନିର୍ଦ୍ଦେଶକ ପ୍ରଫେସର ସଞ୍ଜୟ ଦ୍ୱିବେଦୀ ଏହାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଫେସର ଦ୍ୱିବେଦୀ କହିଛନ୍ତି ଆଇଆଇଏମସିର ଲୋଗୋ ୧୯୬୬ ମସିହାରେ ଡିଜାଇନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଥିରେ ଟ୍ୟାଗ ଲାଇନ ଓ ସଂସ୍ଥାନର ନାମ ସ୍ଥାନ ପାଇ ନଥିଲା । ସେଥିପାଇଁ ଆଇଆଇଏମସିର ସଂଶୋଧିତ ଲୋଗୋ ଡିଜାଇନ କରଯାଇଛି। ସଂଶୋଧିତ ଲୋଗୋରେ ଆଇଆଇଏମସିର ନାଁ ସହିତ ‘ଆ ନୋ ଭଦ୍ରାଃ କ୍ରତୱୋ ୟନ୍ତୁ ବିଶ୍ୱତଃ’ ଟ୍ୟାଗଲାଇନ ଯୋଡ଼ାଯାଇଛି। ଯାହାର ଅର୍ଥ ‘ଆମକୁ ସବୁ ଦିଗରୁ କଲ୍ୟାଣକାରୀ ବିଚାର ପ୍ରାପ୍ତ ହେଉ’।

ପ୍ରଫେସର ଦ୍ୱିବେଦୀଙ୍କ ଅନୁସାରେ ଭଲ ବିଚାର ଗ୍ରହଣ କରିବା  ଓ ସମାଜରେ ଏହାର ପ୍ରସାର କରିବା ସବୁ ଜନ ସଞ୍ଚାର ଶିକ୍ଷଣ ସଂସ୍ଥାନର ମୂଳ ଉଦ୍ଦେଶ୍ୟ । ସେ କହିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ତଥା ସଂସ୍ଥାନର ଅଧ୍ୟକ୍ଷ ଅପୂର୍ବ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଇଆଇଏମସିର ୧୪୫ତମ କାର୍ଯ୍ୟକାରୀ ପରିଷଦ ବୈଠକରେ ସଂଶୋଧିତ ଲୋଗୋକୁ ମଞ୍ଜୁରୀ ପ୍ରଦାନ କରଯାଇଛି।

ଏହି ଅବସରରେ ଅତିରିକ୍ତ ମହାନିର୍ଦ୍ଦେଶକ ଆଶିଷ ଗୋୟେଲ, ପ୍ରକାଶନ ବିଭାଗର ବିଭାଗର ଅଧ୍ୟକ୍ଷ ପ୍ରଫେସର ବୀରେନ୍ଦ୍ର କୁମାର ଭାରତୀ, ଡୀନ (ଛାତ୍ରକଲ୍ୟାଣ) ପ୍ରଫେସର ପ୍ରମୋଦ କୁମାର, ଓ ପୁସ୍ତକାଳୟ ପ୍ରଭାରୀ ଡଃ. ପ୍ରତିଭା ଶର୍ମାଙ୍କ ସହିତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Spread the love