IIMC ଓଡ଼ିଶା ଚାପ୍ଟରର “କୁ” କନେକ୍ସନ-୨୦୨୨ ଅନୁଷ୍ଠିତ, ୨ କୃତୀ ପୁରାତନ ଛାତ୍ରୀ ସମ୍ମାନିତ

ଭୁବନେଶ୍ୱର, ୧୪/୦୩: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ(ଆଇଆଇଏମସି) ଓଡ଼ିଶା ଚାପ୍ଟରର “କୁ” କନେକ୍ସନ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ନ୍ୟୁୟୁ ମାରିୟନ ହୋଟେଲ ପରିସରରେ ଏହି ଉତ୍ସବର ଆୟୋଜିତ ହୋଇଥିଲା । ଏହି ଅବସରରେ ଆଇଆଇଏମସି ଇଫକୋ ଆୱାର୍ଡରେ ଓଡ଼ିଶା ଚାପ୍ଟରର ୨ କୃତୀ ପୁରାତନ ଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି।  ଏହି ଅବସରରେ ଢେଙ୍କାନାଳ ଆଇଆଇଏମସିର ୧୯୯୬-୯୭ ବର୍ଷର ଛାତ୍ରୀ ସାରଦା ଲହାଙ୍ଗିରଙ୍କୁ ଜର୍ଣ୍ଣାଲିଷ୍ଟ ଅଫ ଦ ଇୟର( ପବ୍ଲିସିଙ୍ଗ) ସମ୍ମାନରେ ସମ୍ମାନିତ କରାଯାଇଛି।

ସେହିଭଳି ୨୦୧୭-୧୮ ବର୍ଷର ଛାତ୍ରୀ ଜ୍ୟୋତିସ୍ମିତା ନାୟକଙ୍କୁ ଇଣ୍ଡିଆନ ଲାଙ୍ଗୁଏଜ ରିପୋର୍ଟର ଅଫ ଦ ଇୟର (ବ୍ରଡକାଷ୍ଟିଙ୍ଗ) ସମ୍ମାନରେ ସମ୍ମାନିତ କରାଯାଇଛି। ଏହାସହ ଆଇଆଇଏମସି ସିଲଭର ଜୁବଲି ବ୍ୟାଚର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ଉତ୍ସବରେ ଆଇଆଇଏମସିର ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଆଇଆଇଏମସି ଢେଙ୍କାନାଳର ନିର୍ଦ୍ଦେଶକ ମୃଣାଣ ଚାଟ୍ଟାର୍ଜୀ ଓ ଆସୋସିଏସନର ସଂଗଠନ ସଂପାଦକ ରିତେଶ ବର୍ମା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ।

Spread the love