ଓଡ଼ିଶାର ଷ୍ଟାର୍ଟଅପ୍‌ ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ପାଇଁ ଆଇଏଲ୍‌ଓ-କେଓଆଇସିଏ ପ୍ରତିନିଧି ମଣ୍ଡଳୀ ଆଗ୍ରହୀ

କୋରିଆ ଇଣ୍ଟରନ୍ୟାସନାଲ କୋଅପରେସନ୍‌ ଏଜେନ୍ସି(କେଓଆଇସିଏ)ର ନିର୍ଦ୍ଦେଶକ ମି. ସାଙ୍ଗ
ହୁନ୍‌ ଜଙ୍ଗ୍‌ ଏବଂ ଅନ୍ତର୍ଜାତୀୟ ଶ୍ରମ ସଂଗଠନର ସିନିଅର ସସ୍‌ଟେନେବୁଲ ଏଣ୍ଟପ୍ରାଇଜ୍‌ ଡେଭଲପ୍‌ମେଣ୍ଟ
ସ୍ପେସାଲିଷ୍ଟ ମି. କେଲ୍‌ଭିନ୍‌ ସର୍ଜେଣ୍ଟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଓଡ଼ିଶାର ମୁଖ୍ୟ ଶାସନ ସଚିବ  ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ସାକ୍ଷାତ କରିଛନ୍ତି । ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପ୍‌ମାନଙ୍କର ଔଦ୍ୟୋଗିକ ଦକ୍ଷତା ଓ ବ୍ୟବସାୟିକ ପୋଷଣୀୟତା ଏବଂ ପ୍ରତିଯୋଗିତା ମନୋଭାବର ବୃଦ୍ଧି କ୍ଷେତ୍ରରେ
ଏକ ଢାଞ୍ଚାଗତ ସଂରଚନା ପାଇଁ ଏହି ପ୍ରତିନିଧି ଦଳ ଆଗ୍ରହ ପ୍ରକାଶ କରିଥିଲେ । ଏହି ଉଦ୍ୟମକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପ୍ରଶଂସା କରିବା ସହିତ କହିଥିଲେ ଯେ ଏମ୍‌ଏସ୍‌ଏମ୍‌ଇ ରୋଜଗାର ସୃଜନର ମୁଖ୍ୟସ୍ରୋତ ହୋଇଥିବାରୁ ଷ୍ଟାର୍ଟଅପ୍‌ ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ପାଇଁ ଭାଗୀଦାରି ଏକ
ସ୍ୱାଗତଯୋଗ୍ୟ ପଦକ୍ଷେପ ।
ଏଥି ପୂର୍ବରୁ ପ୍ରତିନିଧି ଦଳ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀଙ୍କୁ
ସାକ୍ଷାତ କରିଥିଲେ ଏବଂ ‘ସ୍କିଲଡ୍‌ ଇନ୍‌ ଓଡ଼ିଶା ଇନିସିଏଟିଭ୍‌’କୁ ପ୍ରଶଂସା କରିଥିଲେ । ଏହି ଅବସରରେ ଶ୍ରୀ ବାଗ୍‌ଚୀ କହିଥିଲେ ଯେ ଦକ୍ଷ ମାନବସମ୍ବଳ ଏବଂ ଏମ୍‌ଏସ୍‌ଏମ୍‌ଇମାନଙ୍କର ବିକାଶ ଓତଃପ୍ରୋତ ଭାବରେ ଜଡ଼ିତ । ତେଣୁ, ଏମ୍‌ଏସ୍‌ଏମ୍‌ଇମାନଙ୍କର ବିକାଶ କ୍ଷେତ୍ରରେ ଭାଗୀଦାରିତାର ଅର୍ଥ ହେଉଛି
ଦକ୍ଷତାର ବିକାଶ । କେଓଆଇସିଏର ପ୍ରତିନିଧି ମଣ୍ଡଳୀ ‘ସ୍କିଲଡ୍‌ ଇନ୍‌ ଓଡ଼ିଶା ଇନିସିଏଟିଭ୍‌’ ବିଶେଷତଃ ବିଉଟି ଓ େୱଲ୍‌ନେସ୍‌, ମେକାଟ୍ରୋନିକ୍ସ୍‌ ଓ ଇଂଜିନିୟରିଂ କ୍ଷେତ୍ରରେ ସହାୟତା ପ୍ରଦାନ କରିବା ପାଇଁ ଇଚ୍ଛୁକ ବୋଲି ଜଣାଇଥିଲେ ।
ଏହି ପ୍ରତିନିଧି ମଣ୍ଡଳୀ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ
ଗୁପ୍ତାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଶ୍ରୀ ଗୁପ୍ତା ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ଯଥା-ଖାଦ୍ୟ ପ୍ରକ୍ରିୟାକରଣ,
ରସାୟନ ଓ ପେଟ୍ରୋକେମିକାଲସ୍‌, ଟେକ୍ସଟାଇଲସ୍‌ ଓ ଆପାରେଲ୍‌, ଇଲେକ୍‌ଟ୍ରୋନିକ୍ସ ମାନୁଫାକଚରିଂ ଓ
ପର୍ଯ୍ୟଟନ କ୍ଷେତ୍ରର ବିକାଶ ସଂପର୍କରେ ଅବତାରଣା କରିଥିଲେ । ରାଜ୍ୟରେ ଦ୍ରୁତ ଅଭିବୃଦ୍ଧି ପଥରେ ଥିବା ଷ୍ଟାର୍ଟଅପ୍‌ ଇକୋସିଷ୍ଟମ୍‌ ସଂପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । ସୂଚନା ପ୍ରଯୁକ୍ତି, ଇଲୋକ୍‌ଟ୍ରୋନିକ୍ସ,
ହାର୍ଡେୱୟାର ସିଷ୍ଟମ୍‌, ଅକ୍ଷୟ ଶକ୍ତି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ କୋରିଆର ଦକ୍ଷତା ରହିଥିବାରୁ
ଷ୍ଟାର୍ଟଅପ୍‌, ଇନ୍‌କୁ୍ୟବେଟର, ଏମ୍‌ଏସ୍‌ଏମ୍‌ଇମାନଙ୍କ ମଧ୍ୟରେ ବିନିମୟ ଓ ପ୍ରଯୁକ୍ତିର ବିକାଶ ଉପରେ ଆଲୋଚନା ପର୍ଯ୍ୟବସିତ ଥିଲା । ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପ୍‌ମାନଙ୍କ ନିମନ୍ତେ ଗୁଣାତ୍ମକ ଔଦ୍ୟୋଗିକ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଓଡ଼ିଶାର ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଏଣ୍ଟର୍‌ପି୍ରନିୟୋର ଡେଭ୍‌ଲପ୍‌ମେ କୋରିଆ ସ୍ମଲ ବିଜନେସ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ମଧ୍ୟରେ ସହଯୋଗ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ)ର ପଦାଧିକାରୀମାନେ ଷ୍ଟାର୍ଟଅପ୍‌ ଓଡ଼ିଶା ଓ ଜିଲ୍ଲା ଶିଳ୍ପ କେନ୍ଦ୍ରମାନଙ୍କର କ୍ଷମତା ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିଲେ । କୋରିଆ ଓ ଓଡ଼ିଶା ମଧ୍ୟରେ ପରିଦର୍ଶନ ବିନିମୟ, ବିଟୁବି ବ୍ୟବସାୟିକ ଆଲୋଚନା ସହିତ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
ଓ ଇନ୍‌ଭେଷ୍ଟ ଓଡ଼ିଶାରେ କୋରିଆର ଉଦ୍ୟୋଗୀମାନେ ଅଂଶଗ୍ରହଣ କରିବା ଏବଂ ଓଡ଼ିଶାର ଉଦ୍ୟୋଗୀମାନେ କୋରିଆରେ ଅଂଶଗ୍ରହଣ କରିବା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ଆଏଲ୍‌ଓ-କେଓଆଇସିଏର ଏହି ପ୍ରତିନିଧି ଦଳରେ କୋରିଆ ସ୍ମଲ୍‌ ବିଜନେସ୍‌ ଇନ୍‌ଷ୍ଟିଚୁ୍ୟଟ୍‌ର ଡ. ୱିଲ୍‌ ସିମ୍‌, ଗ୍ଲୋବାଲ ଡେଭ୍‌ଲପ୍‌ମେଣ୍ଟ କୋଅପରେସନ୍‌ର ସ୍ପେସାଲିଷ୍ଟ ମି. ଚୁଲ୍‌ ହି ଲି, ଅନ୍ତର୍ଜାତୀୟ ଶ୍ରମ ସଂଗଠନର ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ମିସ୍‌ ସୁଦୀପ୍ତା ଭଦ୍ରା, ଅଞ୍ଜନା ଚେଲାନ୍‌ ଥିବାବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଶିଳ୍ପ ନିର୍ଦ୍ଦେଶକ, ଓଡ଼ିଶା ସ୍ମଲ୍‌ ଇଣ୍ଡଷ୍ଟି୍ରଜ୍‌ କର୍ପୋରେସନ୍‌ର ପରିଚାଳନା ନିର୍ଦ୍ଦେଶକ,
ଇପିଏମ୍‌ର ନିର୍ଦ୍ଦେଶକ ଏବଂ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ସଚିବ ପ୍ରମୁଖ ଆଲୋଚନାରେ
ଅଂଶଗ୍ରହଣ କରିଥିଲେ

Spread the love