ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାର ନୂଆ ଉପାୟ

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବା ନିହାତି ଦରକାର। ନ ହେଲେ ଆମେ ବିଭିନ୍ନ ପ୍ରକାର ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ତେବେ ଏହାକୁ ବଢ଼ାଇବାର ଏକ ସହଜ ତଥା ସରଳ ଉପାୟ ହାତ ପାଆନ୍ତାରେ ରହିଛି। ତାହା କ’ଣ ଜାଣନ୍ତି?

ୟୁନିଭର୍ସିଟି ଅଫ କାଲିଫର୍ନିଆର ବିଶେଷଜ୍ଞମାନେ ଏକ ସଦ୍ୟତମ  ସର୍ଭେ କରିଥିଲେ। ଜଣାପଡିଛି ଯେ, ଯଦି ଜଣେ ବ୍ୟକ୍ତି ଅଧିକାଂଶ ସମୟ ସୁସ୍ଥ ପରିବେଶରେ ରୁହନ୍ତି ତେବେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ପୂର୍ବାପେକ୍ଷା ବୃଦ୍ଧି ଘଟିଥାଏ। କେବଳ ସେତିକି ନୁହେଁ, ଏହା ମଧ୍ୟ ସନ୍ତୁଳିତ ରହିଥାଏ। ସୁସ୍ଥ ପରିବେଶରେ ରହୁଥିବା କିଛି ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ନିୟମିତ ସମୟ ଅନ୍ତରାଳରେ ତର୍ଜମା କରି ସେମାନେ ଏଭଳି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ। ତେବେ ଏହା ସହ ନିଜର ଖାଦ୍ୟପେୟ, ଦୈନନ୍ଦିନ ଜୀବନଶୈଳୀ, ବ୍ୟାୟାମ ଆଦି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।

Spread the love