ଏହିସବୁ ଜିନିଷ ବଢାଇଥାଏ ରୋଗ ପ୍ରତିରୋଧକ ଶକ୍ତି

ଆପଣମାନେ ଜାଣିଛନ୍ତି କି ଆଜିର ଲୋକମାନେ କାହିଁକି ରୋଗାଗ୍ରସ୍ତ, କାରଣ ଆଜିର ପରିବେଶରେ ସବୁକିଛି ବିଷାକ୍ତ।ଯାହା ଆମେ ଖାଉଛୁ,ପିଉଛୁ ,ନିଶ୍ୱାସ ପ୍ରଶ୍ୱଆସ ନେଉଛୁ ସବୁ କିଛି ବିଷାକ୍ତ।କିନ୍ତୁ ଏସବୁ ଭିତରେ ବି କିଛି ଭଲ ଜିନିଷ ଅଛି ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ିବାରେ ସାହାଯ୍ୟ କରେ ଏବଂ ଏସବୁ ଜିନିଷ ଆମକୁ ରୋଗ ମୁକ୍ତ କରାଏ।ଆସନ୍ତୁ ଜିଣିବା –

ତୁଳସୀ: ତୁଳସୀ ଏକ ପବିତ୍ର ଗଛ । ଯାହା ଔଷଧ ଭାବରେ ପରିଗଣିତ ହୁଏ । ସାଧାରଣତଃ ଏହାକୁ ବ୍ୟବହାର କରିବା ଚାପରୁ ମୁକ୍ତି ମିଳିବା ସହ ଏବଂ ଶକ୍ତି ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରେ।  ତୁଳସୀରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ଏଜିଂ ଗୁଣ ରହିଥାଏ। ଯାହା ଶରୀରରେ କ୍ଷତିକାରକ ଜୀବାଣୁ ସହ ଲଢିଥାଏ ।

ଅଦା: ଅଦା ଏପରି ଏକ ପରିବା ଯେଉଁଥିରେ ସମସ୍ତ ଶକ୍ତିଶାଳୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି । ଏହା ବ୍ୟତୀତ ଅଦା ଶରୀରର ଟିସୁକୁ ପୋଷକ ତତ୍ତ୍ଵରେ ଉନ୍ନତି କରିଥାଏ । ଅଦା ଯୋଗୁଁ ଥଣ୍ଡା ଏବଂ ଫ୍ଲୁକୁ ଦୂରେଇ ରଖିବା ପାଇଁ ବହୁତ ସାହାଯ୍ୟ କରେ।

କଦଳୀ: କଦଳୀ ଏକ ଚମତ୍କାର ଫଳ। ଯେଉଁଥିରେ ଅନେକ ଔଷଧିୟ ଗୁଣ ରହିଛି । ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ମାଇକ୍ରୋବାୟଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏକ୍ସଟ୍ରାକ୍ଟ ଆପଣଙ୍କୁ ସଂକ୍ରମଣ ସହ ଲଢିବାରେ ସାହାଯ୍ୟ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।

ରସୁଣ:ରସୁଣ ହେଉଛି ଏକ ଚମତ୍କାର ଖାଦ୍ୟ। ଯାହାକୁ ଆପଣ ବିଶେଷ ଭାବରେ ବର୍ଷା ସମୟରେ ଆପଣଙ୍କ ଖାଦ୍ୟରେ ସାମିଲ୍‌ କରିବା ଉଚିତ୍‌। ରସୁଣରେ ଔଷଧିୟ ଗୁଣ ରୋଗ ସହ ଲଢିବାରେ ସାହାଯ୍ୟ କରେ । ଆମ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧ ଶକ୍ତି ବଢାଏ।

Spread the love