ଇମ୍ରାନ ଖାନ ଆଉଟ: ପାକିସ୍ତାନରେ ଭାଙ୍ଗିଲା ସରକାର
ନୂଆଦିଲ୍ଲୀ: ପାକିସ୍ତାନରେ ଇମ୍ରାନ ସରକାରଙ୍କ ପତନ ହୋଇଛି। ଅବିଶ୍ଵାସ ଭୋଟ୍ ରେ ଇମ୍ରାନ ଙ୍କୁ ମାତ୍ର 147 ଭୋଟ ମିଳିଛି। ତେବେ ପାକିସ୍ତାନରେ ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱ।ଜ ସରିଫଙ୍କ ଭାଇ ସହଵାଜ ସରିଫ ନୂଆ ପ୍ରଧାନମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି।
ଶନିବାର ବିଳମ୍ବିତ ରାତିରେ ସଂସଦରେ ପହଞ୍ଚିଥିଲେ ଇମ୍ରାନ୍ ଖାନ୍। ଅନାସ୍ଥା ପ୍ରସ୍ତବାକୁ ଏଡ଼ାଇବାକୁ ଚାହୁଁଥିବା ଇମ୍ରାନ୍ ଶେଷରେ ଏହାର ସମ୍ମୁଖୀନ ହେବାକୁ ରାଜି ହୋଇଥିଲେ। ନହେଲେ ସେ ଗିରଫ ହେବାର ସମ୍ଭାବନା ରହିଥିଲା। ସେହିପରି ପାକିସ୍ତାନର ନ୍ୟାଶନାଲ ଆସେମ୍ବଲିର ଅଧିକାରୀମାନେ ଉପ ବାଚଷ୍ପତିଙ୍କୁ ଅନାସ୍ଥା ଭୋଟ କରାଇବାକୁ ରାଜି ଥିଲେ। ସେପଟେ ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଅନାସ୍ଥା ଭୋଟ୍ ହେବାକୁ ଥିବାବେଳେ ସୁପ୍ରିମକୋର୍ଟ ପହଁଚିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍। ସରକାର ବଞ୍ଚାଇବାକୁ ଇମ୍ରାନ ଖାନ୍ଙ୍କ ମ୍ୟାଜିକ୍ ନମ୍ବର ୧୭୨ ସାଂସଦଙ୍କ ସମର୍ଥନ ଆବଶ୍ୟକ ଥିଲା। ନ୍ୟାସନାଲ ଆସେମ୍ବଲିରେ ୩୪୨ ସଦସ୍ୟଙ୍କ ମଧ୍ୟରୁ ୧୯୯ ଜଣ ବିରୋଧୀଙ୍କୁ ସମର୍ଥନ କରୁଥିବା ସୂଚନା ମିଳିଛି।