୭ ମହାଦେଶ ଭ୍ରମଣ କରି ରେକର୍ଡ଼ ସୃଷ୍ଟି କଲେ ମହିଳା

ନୂଆଦିଲ୍ଲୀ, ୨୦/୧୧: ୟୁନାଇଟେଡ ଆରବ ଏମିରେଟସରେ ଡ.ଖାୱାଲା ଅଲ ରୋମେଥି ୩ ଦିନ ୧୪ ଘଣ୍ଟା ୪୬ ମିନିଟ ୪୮ ସେକେଣ୍ଡ, ଅର୍ଥାତ ୯୦ ଘଣ୍ଟାରୁ କମ ସମୟରେ ଏକାକୀ ବିଶ୍ୱ ଭ୍ରମଣ କରିଥିବା ବିଶ୍ୱର ପ୍ରଥମ ମହିଳା ହୋଇଛନ୍ତି। ଯାତ୍ରା ସମୟରେ ରୋମେଥି ସମୁଦାୟ ୨୦୮ ଦେଶ ଓ ତତ ସଂଲଗ୍ନ ଭୂଖଣ୍ଡ ଭ୍ରମଣ କରିଥିଲେ। ଗତ ଫେବୃୟାରୀ ୧୩ ତାରିଖରେ ସିଡନି, ଅଷ୍ଟ୍ରେଲିଆଠାରେ ତାଙ୍କର ଯାତ୍ରା ଶେଷ ହୋଇଥିଲା ।

ଗିନିଜ ବିଶ୍ୱ ରେକର୍ଡର ଔପଚାରିକ ୱେବସାଇଟ ଅନୁସାରେ କରୋନା ଭାଇରସ ଲକଡାଉନ ଯୋଗୁଁ ତାଙ୍କ ଯାତ୍ରା ଅଧାରେ ଅଟକି ଯାଇଥିଲା । ୟୁଏଇରେ ୨୦୦ ଭିନ୍ନ ଭିନ୍ନ ଜାତିର ଲୋକେ ବାସ କରୁଛନ୍ତି। ସେମାନଙ୍କ ଦେଶ ଭ୍ରମଣ କରି ସେମାନଙ୍କ ସଂସ୍କୃତି, ପରମ୍ପରା ବିଷୟରେ ଜାଣିବାକୁ ଇଚ୍ଛା କରି ବିଶ୍ୱ ଭ୍ରମଣ ନିମନ୍ତେ ନିଷ୍ପତ୍ତି ନେଇଥିଲେ ବୋଲି ରୋମେଥି କହିଛନ୍ତି।ଲଗାତାର ବିମାନ ଭ୍ରମଣ ଯୋଗୁ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସମସ୍ୟା ମଧ୍ୟରେ ବି ସବୁ କିଛିର ପ୍ରବନ୍ଧନ କରିବାକୁ ଚେଷ୍ଟା କରିଥିଲେ ।

Spread the love