ଦୀପରୁ ନିଆଁ ଲାଗି ପୋଡ଼ିଗଲେ ୭୬ ବର୍ଷିୟ ବୃଦ୍ଧା ନିଶାମଣି ସାହୁ
ଶ୍ରୀମନ୍ଦିର ପରିକ୍ରମା ଅର୍ପଣ ରଥ ପୂଜା କରୁଥିବା ବେଳେ ଅଘଟଣ । ଦୀପରୁ ନିଆଁ ଲାଗି ଜଣେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହୋଇଛି । କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ବଡଭୂଇଁ ପଞ୍ଚାୟତର ରଘୁନାଥପୁର ପାଟଣା ଗାଁରେ ଏଭଳି ଏକ ଅଘଟଣ ଘଟିଯାଇଛି । ପୋଡି ଯିବାରୁ ଗୁରୁତର ହୋଇ ହୋଇଛନ୍ତି ୭୬ ବର୍ଷିୟ ବୃଦ୍ଧା ନିଶାମଣି ସାହୁ । ସେ ରଥ ପୂଜା କରୁଥିବା ସମୟରେ ଦୁର୍ଭାଗ୍ୟବଶତଃ ଦୀପରୁ ନିଆଁ ଲାଗିଯିବାରୁ ଏଭଳି ଏକ ଦୁର୍ଘଟଣା ଘଟିଯାଇଛି । ନିଶାମଣିଙ୍କ ଶରୀରର ୭୫ ଭାଗ ଅଂଶ ପୋଡି ଯାଇଥିବା ବେଳେ ତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆଠଗଡ ମେଡିକାଲକୁ ପଠାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।