ଜେଏସ୍ଏମ୍ ବାଣିଜ୍ୟ ମହାବିଦ୍ୟାଳୟରେ ୟୁଥ୍ ରେଡ୍ କ୍ରୋସର ୟୁନିଟ୍ ଉଦଘାଟନ

ସଇଁନ୍ତଲା, ଜେଏସ୍ଏମ୍ ବାଣିଜ୍ୟ ମହାବିଦ୍ୟାଳୟ ବାଲାଙ୍ଗୀର ଠାରେ ୟୁଥ୍ ରେଡ୍ କ୍ରସର ଜିଲ୍ଲା ସଂଯୋଜକ ତଥା ସଂସ୍କୃତ ପ୍ରଫେସର ଯୁଧିଷ୍ଠିର ମହାବିଦ୍ୟାଲୟର ଡକ୍ଟର ଦୈତାରୀ ପୂଜାରୀ , କଲେଜ ପ୍ରିନ୍ସିପାଲ୍ ଚେତନା ଅଗ୍ରୱାଲ, ପ୍ରଶାସନିକ ଅଧିକାରୀ ଶୈଲେସ କୁମାର ପାଲ, ଅଧ୍ୟାପିକା ମୋନିକା ଜସୱାଲ, ଭୁମିକା ଜୈନ୍, ହିମାନୀ ତ୍ରିପାଠୀ, ସ୍ଥିତି ପୁରୋହିତ, ତନୁଜା ମିଶ୍ର ଏବଂ ଖେଳ ଶିକ୍ଷକ ନିରୋଜ ମିଶ୍ର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜଳନ କରିବା ସହିତ ୟୁଥ୍ ରେଡ୍ କ୍ରସ( ଉଆଇଆରସି) ୟୁନିଟ୍ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରଫେସର ଯୁଧିଷ୍ଠିର ୟୁଥ୍ ରେଡ୍ କ୍ରସ(ଉଆଇଆରସି)ଉପରେ ପ୍ରେରଣା ଏବଂ ସଚେତନତା ସୃଷ୍ଟି କରିଥିଲେ ଏବଂ ଉଲ୍ଲେଖନୀୟ ଉଦାହରଣ ପ୍ରକାଶ କରି କଲେଜର ଛାତ୍ର ଛାତ୍ରିମାନଙ୍କୁ ଉତ୍ସାହିତ କରିଥିଲେ | କଲେଜର ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା ମଧ୍ୟ କଲେଜ ର ଛାତ୍ରଛାତ୍ରିମାନଙ୍କୁ ସ୍ୱାସ୍ଥ, ସେବା ଓ ବନ୍ଧୁତା ଏଥିନିମନ୍ତେ ଉତ୍ସାହିତ କରିବା ସହିତ ୟୁଥ୍ ରେଡ୍ କ୍ରୋସର ୟୁନିଟ୍ ଉଦଘାଟନରେ ମତବ୍ୟକ୍ତ ବ୍ୟକ୍ତ ଦେଇଥିଲେ |କଲେଜ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

Spread the love