ପଦ୍ମକେଶରୀପୁରରେ ହିଂସା ଘଟଣା : ଦୁଇ ଗିରଫ

ରାଜଧାନୀ ଉପକଣ୍ଠ ପଦ୍ମକେଶରୀପୁରରେ ସୁଧ କାରବାରରେ ସଂପୃକ୍ତ ଦୁଇ ମହାଜନ ଗିରଫ । ଅଭିଯୁକ୍ତ ସୁବ୍ରତ ଦାସ ଏବଂ ତ୍ରିବେନ୍ଦ୍ର ଦାସକୁ ପୋଲିସ ଗିରଫ କରିଛି । ନିକଟରେ ପଦ୍ମକେଶରୀପୁରରେ ବୋମା ମାଡ ସାଙ୍ଗକୁ ହିଂସା ହୋଇଥିଲା । ଏହାପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତିଆରି ହୋଇଥିଲା ସ୍ପେଶାଲ ଟିମ । ୨ ଜଣକୁ ଗିରଫ କରିବା ପରେ ଅନ୍ୟମାନଙ୍କୁ ଧରିବା ପାଇଁ ତାଲିକା ପ୍ରସ୍ତୁତ କରିଛି ପୁଲିସ ।ଏହି ଘଟଣାରେ ମୋଟ ୪ଟି ମାମଲା ରୁଜୁ ହୋଇଛି, ଏଥିରେ ଦାଦାବଟି ଆଦାୟ ପାଇଁ ୪ଟି ଏବଂ ମନି ଲଣ୍ଡ୍ରିଂ ପାଇଁ ୨ଟି ମାମଲା ରୁଜୁ ହୋଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ ଚାଲିଛି । ଗାଁରେ ହିଂସାକାଣ୍ଡ ନେଇ ପୋଲିସ ତଦନ୍ତ କରୁଛି । ସୁଧ କାରବାରରୁ ହିଂସା ସୃଷ୍ଟି ହୋଇଥିବା ଜାଣିବାକୁ ପାଇଛି ପୋଲିସ । ସୁଧ କାରବାର କରୁଥିବା ମହିଳା ଓ ପୁରୁଷଙ୍କ ତାଲିକା ପ୍ରସ୍ତୁତ କରିଛି ପୁଲିସ । ଏମାନେ ମାସିକ ୨୦ ପ୍ରତିଶତ ସୁଧ ଦେଇ ଲୋକଙ୍କୁ ଶୋଷଣ କରୁଥିଲେ ବୋଲି ଜଣାପଡିଛି।

ମାସିକିଆ ସୁଧ ଆଦାୟ ବେଳେ, ଲୋକଙ୍କଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିଲେ ଅଭିଯୁକ୍ତ । ଗାଁରେ ଝଗଡା ସୃଷ୍ଟି କରିବା ସହ, ହିଂସାକୁ ଉସୁକାଉଥିଲେ । ଯେଉଁମାନେ ସୁଧ କାରବାର ନାଁରେ ଶୋଷଣ କରୁଥିବା ଲୋକଙ୍କୁ ଚିହ୍ନଟ ସରିଛି । ଏମାନଙ୍କୁ ଗିରଫ କରିବା ପାଇଁ କେନ୍ଦ୍ରାପଡା, ମୟୁରଭଞ୍ଜରେ ପୋଲିସ ଚଢାଉ କରିଥିଲା । ଯେଉଁମାନେ ସମସ୍ୟା ଭିତରେ ଅଛନ୍ତି ପୁଲିସକୁ ଜଣାଇପାରିବେ । ଲୋକମାନଙ୍କୁ ଥାନାକୁ ଆସି ରିପୋର୍ଟ କରିବାକୁ ଡିସିପି ପ୍ରତୀକ ସିଂହ କହିଛନ୍ତି ।

Spread the love