ସଂସଦ ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ସଂସଦ ଆକ୍ରମଣକୁ କିଛିଦିନ ବିତିଯାଇଥିଲେ ବି ଆକ୍ରମଣ ପଛରେ କାହାର ଷଡଯନ୍ତ୍ର ରହିଛି ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏହି ଘଟଣାକୁ ନେଇ ବିବାଦ ଲାଗିବା ଜରୁରୀ ନୁହେଁ । ହେଲେ ଘଟଣା ପଛରେ କାହାର ହାତ ରହିଛି ତାହା ଜାଣିବା ନିହାତି ଜରୁରୀ । ଏହାସହ ପ୍ରଧାନମନ୍ତ୍ରୀ ଧାରା ୩୭୦କୁ ନେଇ ମଧ୍ୟ କହିଛନ୍ତି କି ବିଶ୍ୱରେ କୌଣସି ଶକ୍ତି ନାହିଁ ଯେ କି, ପୁଣିଥିରେ ଧାରା ୩୭୦ ଲାଗୁ କରିପାରିବ । ସଂସଦ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏହି ଘଟଣା ଦେଶର ଛବିକୁ ଖରାପ କରିଛି । ଏହାସହ ଏହା ଏକ ଚିନ୍ତାଜନକ ଘଟଣା । ଘଟଣାର ଗୁରୁତ୍ୱ ବୁଝିବା ଦରକାର ଓ ଘଟଣା ପଛରେ କାହାର ଷଡଯନ୍ତ୍ର ରହିଛି ତାହା ମଧ୍ୟ ଜାଣିବା ଦରକାର ।

ଅନ୍ୟପଟେ ରାମମନ୍ଦିରରେ ଶ୍ରୀରାରମଙ୍କ ପ୍ରାଣ ପ୍ରତିଷ୍ଠା ନେଇ ମଧ୍ୟ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ଜାନୁଆରୀ ୨୨ ତାରିଖରେ ଏନେଇ ଉତ୍ସବ ପାଳନ ହେବାକୁ ଯାଉଥିବା ବେଳେ ଏହା ଦେଶର ୧୪୦ କୋଟି ଲୋକଙ୍କ ପାଇଁ ଖୁସିର ଦିନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି କି, ଦେଶବାସୀ ବର୍ଷ ବର୍ଷ ଧରି ଏହି ଦିନକୁ ଅପେକ୍ଷା କରିଥିଲେ । ଏହାସହ ମୋଦୀ ଗ୍ୟାରେଣ୍ଟ ଅର୍ଥ ନୀତି, ନିୟତ ଓ ନେତୃତ୍ୱ ବୋଲି ସେ କହିଛନ୍ତି ।

 
Spread the love