କେନ୍ଦ୍ର କର୍ମଚାରୀମାନଙ୍କର ବଢିଲା ଡିଏ

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀମାନଙ୍କ ପାଇଁ ଖୁସି ଖବର। ପୁଣି ଥରେ କେନ୍ଦ୍ର କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା  ବା  (ଡିଏ) ବଢ଼ିଛି । ଚଳିତ ଥର କର୍ମଚାରୀଙ୍କ ଡିଏରେ ୪ ପ୍ରତିଶତ ବୃଦ୍ଧି ହୋଇଛି, ଫଳରେ ମହଙ୍ଗା ଭତ୍ତା ଏବେ ୩୮ ପ୍ରତିଶତରେ ପହଞ୍ଚିଛି। ଗତ ଜୁନ ମାସରେ ଶିଳ୍ପ ଶ୍ରମିକଙ୍କ ନିମନ୍ତେ ଉର୍ଦ୍ଧିଷ୍ଟ ଉପଭୋକ୍ତା ମୂଲ୍ୟସୂଚୀ (ସିପିଆଇ-ଆଇଡବ୍ଲ୍ୟୁ) ତଥ୍ୟ ପ୍ରକାଶ ପାଇବା ପରେ ଡିଏରେ ଏଭଳି ବଡ଼ ଧରଣର ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଥିଲା।ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, କେନ୍ଦ୍ର କର୍ମଚାରୀଙ୍କ ଡିଏରେ ୪ ପ୍ରତିଶତ ବୃଦ୍ଧି ଘଟିଛି । ଏ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ସାଧାରଣ ଭାବେ ଡିଏର ବୃଦ୍ଧି ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟସୂଚୀ ଏଆଇସିପିଆଇ ସଂଖ୍ୟା ଉପରେ ନିର୍ଭର କରିଥାଏ। ଏଆଇସିପିଆଇ ପ୍ରଥମ ୬ ମାସର ସଂଖ୍ୟା ଜାରି ହୋଇସାରିଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତିରେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ ଫାଇଦା ମିଳିବ। ତେବେ ବର୍ଦ୍ଧିତ ଡିଏ ଚଳିତବର୍ଷ ଜୁଲାଇରୁ ଲାଗୁ ହୋଇଥିବାବେଳେ ଏହା ସେପ୍ଟେମ୍ବର ମାସର ବେତନ ସହ ସଂଯୁକ୍ତ ହୋଇଆସିବ।

Spread the love