କେନ୍ଦ୍ରୀୟ କର୍ମଚାରୀଙ୍କ ଭତ୍ତା ବୃଦ୍ଧି

ନୂଆଦିଲ୍ଲୀ : ସପ୍ତମ ବେତନ ଆୟୋଗଙ୍କ ସୁପାରିଶ କ୍ରମେ ହୋଲି ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି।  କେନ୍ଦ୍ରୀୟ କର୍ମଚାରୀଙ୍କ ଆଉ ଏକ ଭତ୍ତା ମାଧ୍ୟମରେ ଦରମା ୧୦୦୦ ରୁ ୮୦୦୦ ଟଙ୍କାକୁ ବୃଦ୍ଧି ପାଇଛି।

    କେନ୍ଦ୍ରର ମୋଦୀ ସରକାରଙ୍କର ପ୍ରତିରକ୍ଷା ବିଭାଗ, ସିଭିଲ କର୍ମଚାରୀଙ୍କ ବିପଦ ଭତ୍ତା (Risk Allowance) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ ଭତ୍ତା ଆୟୋଗର ସୁପାରିଶ ଅନୁଯାୟୀ କର୍ମଚାରୀମାନଙ୍କୁ ଏହି ଭତ୍ତା ଦିଆଯାଏ।

ବାସ୍ତବରେ, ପ୍ରତିରକ୍ଷା ବିଭାଗର ଅନେକ ବର୍ଗର ସିଭିଲ କର୍ମଚାରୀଙ୍କୁ ମଧ୍ୟ  (Risk Allowance) ଅଥବା ବିପଦ ଭତ୍ତାର ସୁବିଧା ଦିଆଯାଏ କିନ୍ତୁ, ଏହି ଭତ୍ତା ମଧ୍ୟ ବିଭିନ୍ନ ପଦବୀ ଅନୁଯାୟୀ ଭିନ୍ନ ହୋଇଥାଏ। ଯଦି ଏହି ବିଶେଷ ଭତ୍ତା ବାର୍ଷିକ ହିସାବ କରାଯାଏ, ତେବେ କର୍ମଚାରୀଙ୍କ ବାର୍ଷିକ ବେତନରେ ୧୦୦୦ ରୁ ୮୦୦୦ ଟଙ୍କାକୁ ବୃଦ୍ଧି ହେବ।

ସୂଚନାନୁଯାୟୀ ଏହି ବର୍ଗରେ ପଡୁଥିବା କର୍ମଚାରୀଙ୍କ ଭତ୍ତା ଅନୁଯାୟୀ, ଅଣକୁଶଳୀ କର୍ମଚାରୀଙ୍କୁ ମାସିକ ୯୦ ଟଙ୍କା ରିସ୍କ ଭତ୍ତା ପ୍ରଦାନ କରାଯିବ। ଏହା ବ୍ୟତୀତ ମଧ୍ୟମ ଧରଣର କୁଶଳୀ କର୍ମଚାରୀଙ୍କୁ ୧୩୫ ଟଙ୍କା, କୁଶଳୀ କର୍ମଚାରୀଙ୍କୁ ୧୮୦ ଟଙ୍କା, ଅଣଗେଜେଟେଡ୍ ଅଧିକାରୀଙ୍କୁ ୪୦୮ ଟଙ୍କା ଏବଂ ଗେଜେଟେଡ୍ ଅଫିସରଙ୍କୁ ମାସକୁ ୬୭୫ ଟଙ୍କା ପ୍ରଦାନ କରାଯିବ।

Spread the love