କାର୍ଯ୍ୟରତ ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କ ପାଇଁ ଖୁସି ଖବର: ଦୈନିକ ଖାଇବା ଭତ୍ତା ବଢାଇଲେ ରାଜ୍ୟ ସରକାର

ରାଜ୍ୟରେ କାର୍ଯ୍ୟରତ ହାବିଲଦାର, କନଷ୍ଟେବଳ ଓ ସିପାହୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ରାଜ୍ୟ ସରକାର । ସରକାର ସେମାନଙ୍କର ଦୈନିକ ଖାଇବା ଭତ୍ତା ପରିମାଣକୁ ବୃଦ୍ଧି କରିଛନ୍ତି। ଏହି କର୍ମଚାରୀମାନେ କ୍ରମାଗତ ୮ଘଣ୍ଟା ଓ ତା’ଠୁ ଅଧିକ ସମୟ ଡ୍ୟୁଟି କରିବାବେଳେ ସେମାନଙ୍କୁ ଖାଇବା ବାବଦରେ ଦିଆଯାଉଥିବା ୫୦ଟଙ୍କା। ଯାହାକି ସେମାନଙ୍କ ପାଇଁ ଯଥେଷ୍ଟ ହେଉନଥିଲା। ତେଣୁ ଏହି ଭତ୍ତା ଏବେ ୫୦ରୁ ୭୫ଟଙ୍କାକୁ ବୃଦ୍ଧି କରାଯାଇଛି। ଏନେଇ ଗତକାଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କ୍ରମାଗତ ଭାବେ ୮ଘଣ୍ଟାରୁ ଅଧିକ ସମୟ ଧରି ଡ୍ୟୁଟି କରୁଥିବା ଓଡ଼ିଶା ପୋଲିସର ହାବିଲଦାର, କନେଷ୍ଟବଳ ଓ ସିପାହୀ ଖାଦ୍ୟ ଭତ୍ତା ପରିମାଣ ଦୈନିକ ୫୦ଟଙ୍କା ପରିବର୍ତ୍ତେ ଏଣିକି ୭୫ଟଙ୍କା ମିଳିବ। ଏହି ବର୍ଦ୍ଧିତ ଭତ୍ତା ତକ୍ରାଳ ପ୍ରଭାବରୁ ଲାଗୁ ହୋଇଛି। ଏହି ନିଷ୍ପତ୍ତି ଫଳରେ ରାଜ୍ୟର ପ୍ରାୟ ୫୫ହଜାର ହାବିଲଦାର, କନେଷ୍ଟବଳ ଓ ସିପାହୀ ଉପକୃତ ହେବେ। ରାଜ୍ୟ ସରକାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ସ୍ବାଗତ କରିଛି ଓଡ଼ିଶା ପୋଲିସ । ଏକ୍ସରେ ପୋଷ୍ଟ କରି ଓଡିଶା ପୋଲିସ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ ହାବିଲଦାର , କନଷ୍ଟେବଳ ଏବଂ ସିପାହୀମାନଙ୍କ ପାଇଁ ଖାଦ୍ୟ ପ୍ୟାକେଟ ଭତ୍ତା ବୃଦ୍ଧି କରିଥିବାରୁ ଓଡ଼ିଶା ଗୃହ ବିଭାଗକୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛୁ ।

Spread the love