ବିଶ୍ବକପ୍‌ ଫାଇନାଲକୁ ନେଇ ସାମିଙ୍କ ମା’ଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିଶ୍ବକପ୍‌ ଫାଇନାଲ୍‌ରେ ୨୦ ବର୍ଷ ପରେ ପୁଣି ଥରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ‌ହୋଇଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆର ଫାଇନାଲ୍‌ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍‌ସ୍‌ ପ୍ରଥମେ ଭାରତ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।

ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇ ଯାଇଥିବା ମହାମୁକାବିଲା ଖେଳକୁ  ଦର୍ଶକମାନେ ଉତ୍ସାହର ଶହ ଦେଖୁଛନ୍ତି। ସମସ୍ତ ଖେଳାଳିଙ୍କ ପରିବାରବର୍ଗ ଓ ପ୍ରଶଂସକମାନେ ବିଜୟ ପାଇଁ କାମନା କରୁଛନ୍ତି। ଏହି କ୍ରମରେ କ୍ରିକେଟର ମହମ୍ମଦ ସାମିଙ୍କ ମା’ ଖେଳ ବିଷ‌ୟରେ କହିବା ସମୟରେ କାନ୍ଦି ପକାଇଥିଲା। ଆଉ କହିଥିଲେ,‘ମୋ ପୁଅ ସାମି ଯେପରି ଭାବେ ଖେଳି ଆସୁଛି ସେମିତି ଖେଳୁ ।ତା’ ଉପରେ ତଥା ସମ୍ପୂର୍ଣ୍ଣ କ୍ରିକେଟ ଟିମ ଉପରେ ମୋର ଆର୍ଶୀବାଦ ଅଛି। ଭାରତୀୟ ଦଳ ବିଶ୍ବକପରେ ବିଜୟୀ ହୋଇ ଖୁସିରେ ଘରକୁ ଫେରନ୍ତୁ ।’

ମହମ୍ମଦ ସାମି ବିଶ୍ୱକପକୁ ଆସିବା ପରଠାରୁ ଲଗାତାର ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ସେ ଏହି ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ମୋଟ ୨୩ ୱିକେଟ୍ ନେଇଛନ୍ତି । ୨୦୧୧ ଦିନିକିଆ ବିଶ୍ୱକପରେ ଜାହିର ଖାନ ଭାରତ ପାଇଁ ସର୍ବାଧିକ ୨୧ ୱିକେଟ୍ ନେଇଥିଲେ। ମହମ୍ମଦ ସ‌ାମି ଜାହିର ଖାନଙ୍କ ୧୨ ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗି ମହମ୍ମଦ ଶାମି ୧୭ ଟି ମ୍ୟାଚରେ ୫୦ ୱିକେଟ୍ ନେଇଥିଲେ । ଏହା ପୂର୍ବରୁ ମିଚେଲ ଷ୍ଟାର୍କ ୧୯ଟି ମ୍ୟାଚରେ ୫୦ ୱିକେଟ୍ ନେଇଥିଲେ। ମହମ୍ମଦ ଶାମିଙ୍କ ପ୍ରଦର୍ଶନ ଦେଖି ପ୍ରଶଂସକମାନେ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଇ ଆସୁଥିବା ବେଳେ ଆଜି ମଧ୍ୟ ତାଙ୍କର ସେଭଳି ପ୍ରଦର୍ଶନ ରହୁ ବୋଲି ସମସ୍ତ ଖେଳପ୍ରେମୀ ଆଶା ରଖିଛନ୍ତି।

Spread the love