ସହଜରେ ମିଳିବ ଗ୍ୟାସ୍ ସଂଯୋଗ

ନୂଆଦିଲ୍ଲୀ : ପୂର୍ବରୁ ଅନେକ ଦସ୍ତାବିଜ ଦେବାକୁ ପଡୁଥିବାବେଳେ ଏବେ ସହଜରେ ଅଥାତ କେବଳ ଆଧାର କାର୍ଡ ଥିଲେ ଆପଣଙ୍କୁ ଗ୍ୟାସ୍ ସଂଯୋଗ ମିଳିଯିବ, ଇଣ୍ଡେନ ଗ୍ୟାସ୍ କମ୍ପାନୀ ନିଜ ଗ୍ରାହକମାନଙ୍କୁ ଏହି ସୁବିଧା ପ୍ରଦାନ କରିଛି। ପରେ ଆପଣ ଘର ଠିକଣା ଦେଇ ଆପଣ ଏହି ସଂଯୋଗକୁ ସବସିଡି ବିଶିଷ୍ଟ ସଂଯୋଗରେ ପରିବର୍ତ୍ତନ କରିପାରିବେ ।

ଇଣ୍ଡେନ ଗ୍ୟାସ୍ ସଂଯୋଗ ନେବାପାଇଁ ଆପଣଙ୍କୁ ଜରୁରୀ ଦସ୍ତାବିଜ ଆକାରରେ କେବଳ ନିଜର ଆଧାର କାର୍ଡ ଦେବାକୁ ହେବ । ଯାହା ଫଳରେ ଆପଣଙ୍କୁ ଏକ ବିନା ସବସିଡି ବିଶିଷ୍ଟ ଗ୍ୟାସ୍ ସଂଯୋଗ ମିଳିଯିବ । ଘର ପରିବର୍ତ୍ତନ କରୁଥିବା ଲୋକମାନେ ପୂର୍ବରୁ ଗ୍ୟାସ୍ ସଂଯୋଗ ନେବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏବେ କିନ୍ତୁ ଏହା ସହଜରେ ମିଳିଯିବ ।ଏଥିପାଇଁ ଆପଣଙ୍କୁ ପ୍ରଥମେ ନିକଟସ୍ଥ ଇଣ୍ଡେନ ଗ୍ୟାସ୍ ଏଜେନ୍ସୀକୁ ଯିବାକୁ ପଡିବ । ସେଠାରେ ଆପଣଙ୍କୁ ଗ୍ୟାସ୍ ସଂଯୋଗ ଫର୍ମ ପୂରଣ କରିବାକୁ ପଡିବ ।ସେଥିରେ ଆପଣଙ୍କୁ ଆପଣଙ୍କ ଆଧାର କାର୍ଡର ସୂଚନା ଭରିବାକୁ ପଡିବ । ଏହି ଫର୍ମ ସହ ଆପଣଙ୍କୁ ଆପଣଙ୍କ ଆଧାର କାର୍ଡର ଫଟୋ କପି ସଂଯୋଗ କରିବାକୁ ପଡିବ । ଏହି ଫର୍ମରେ ଆପଣଙ୍କୁ ଘରର ଠିକଣା ଦେବାକୁ ପଡିବ ।ଏହାପରେ ଆପଣଙ୍କୁ ସହଜରେ ଗ୍ୟାସ୍ କନେକ୍ସନ ମିଳିଯିବ ।ଏହି ଗ୍ୟାସ୍ ସଂଯୋଗ ବିନା ସବସିଡି ବିଶିଷ୍ଟ ।

ବିନା ସବସିଡି ବିଶିଷ୍ଟ ଗ୍ୟାସ୍ ସଂଯୋଗକୁ ଆପଣ ସହଜରେ ସବସିଡି ବିଶିଷ୍ଟ ସଂଯୋଗରେ ପରିବର୍ତ୍ତନ କରିପାରିବେ । ଯଦି ଆପଣଙ୍କ ନିକଟରେ ଠିକଣା ପ୍ରମାଣ ପତ୍ର ଅଛି ତେବେ ଆପଣ ନିକଟସ୍ଥ ଗ୍ୟାସ୍ ଏଜେନ୍ସୀରେ ଏହାକୁ ଦେଖାଇପାରିବେ । ଏହାକୁ ଆପଣଙ୍କ ଗ୍ୟାସ୍ ସଂଯୋଗରେ ଯୋଡିବା ପରେ ଆପଣଙ୍କ କନେକ୍ସନ ସବସିଡିଯୁକ୍ତ ହୋଇଯିବ । ଏହାପରେ ଆପଣ ସହଜରେ ଗ୍ୟାସ୍ ସଂଯୋଗରେ ମିଳିବାକୁ ଥିବା ସବସିଡିର ଲାଭ ଉଠାଇ ପାରିବେ ।

Spread the love