ଆଜି ଭାରତ-ପାକିସ୍ତାନ ମ୍ୟାଚ୍

 ଟି-ଟ୍ୱେଣ୍ଟି ବିଶ୍ୱକପରେ ସବୁଠୁ ବଡ଼ ମୁକାବିଲା । କ୍ରିଜରେ ଲଢ଼ିବେ ଭାରତ-ପାକିସ୍ତାନ । ଯାହା ଉପରେ ରହିଛି ସମସ୍ତଙ୍କ ନଜର । ସନ୍ଧ୍ୟା ୭ଟା ୩୦ରେ ଦୁବାଇରେ ଆରମ୍ଭ ହେବ ଟକ୍କର । ପୂର୍ବରୁ ପାକିସ୍ତାନ ସହ ହୋଇଥିବା ସମସ୍ତ ମ୍ୟାଚ୍ ଭାରତ ସପକ୍ଷରେ ଯାଇଛି । ତେବେ ଟି-ଟ୍ୱେଣ୍ଟି ଫର୍ମାଟରେ ପାକିସ୍ତାନ ବି ଚକମା ଦେଇପାରେ । ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ-ପାକିସ୍ତାନ ୫ ଥର ମୁହାଁମୁହିଁ ହୋଇଛନ୍ତି । ବିଜୟ ଧାରାକୁ ଅବ୍ୟାହତ ରଖି ୬-୦ ସ୍କୋର କରିବାକୁ ଚାହିଁବ ଭାରତ । ତେବେ ଏସବୁ ଉପରେ ନିର୍ଭର କରୁଛି ଦୁବାଇର ପାଣିପାଗ । ଆସନ୍ତୁ ଜାଣିବା କଣ ରହିଛି ସେଠାକାର ପାଣିପାଗ ସ୍ଥିତି… ଦୁବାଇୁ କ୍ରିକେଟପ୍ରେମୀଙ୍କ ଲାଗି ଭଲ ଖବର ଆସିଛି । ଦୁବାଇରେ ଆଜି ସନ୍ଧ୍ୟା ସମୟରେ ଆକାଶ ସଫା ରହିବା ସହ ବର୍ଷାର କୌଣସି ଆଶଙ୍କା ନାହିଁ । ସନ୍ଧ୍ୟା ବେଳେ ତାପମାତ୍ରା ପ୍ରାୟ ୩୧ ଡିଗ୍ରୀ ପାଖାପାଖି ରହିବ । ଦକ୍ଷିଣରୁ ପୂର୍ବ ଦିଗକୁ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ପବନ ବହିବ । ଏହାସହ ସନ୍ଧ୍ୟାରେ ଆଦ୍ରତା ୭୦ ପ୍ରତିଶତ ପାଖାପାଖି ରହିବ । ଅର୍ଥାତ୍ କ୍ରିକେଟ୍ ପାଇଁ ଭଲ ପାଗ । ଭାରତ-ପାକିସ୍ତାନ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚରେ ଟସର ବଡ଼ ଭୂମିକା ରହିବ । ୟୁଏଇରେ ପାଗ ବଦୁଳିଥିବାରୁ କମ ଗରମ ହେବ । ସନ୍ଧ୍ୟା ସମୟରେ କାକରର ପ୍ରଭାବ ମ୍ୟାଚ୍ ଉପରେ ପଡ଼ିପାରେ । ସୂଚନାଯୋଗ୍ୟ ୨୦୨୦ ଆଇପିଏଲ୍ ମୁକାବିଲାର ପ୍ରଥମ ଭାଗରେ ଅଧିକ ଗରମ ହେଉଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୭୭ ପ୍ରତିଶତ ବିଜୟ ମିଳୁଥିଲା ।

Spread the love