ପ୍ରଦୂଷଣ ମୁକ୍ତ ହେବାକୁ ଭାରତକୁ ଲାଗିବ ୧୮୮ ବର୍ଷ

ନୂଆଦିଲ୍ଲୀ : ସମ୍ପୂର୍ଣ୍ଣ ଭାବେ ପ୍ରଦୂଷଣ ମୁକ୍ତ ହେବାକୁ ବା ପ୍ରଦୂଷଣକୁ ହଟାଇବା ପାଇଁ ଭାରତକୁ ଲାଗିବ ପାଖାପାଖି ଦୁଇ ଶତାବ୍ଦୀ ଲାଗିବ । ୧୫୦ଟି ଦେଶକୁ ନେଇ ଆମେରିକାର ଷ୍ଟାନଫର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି । ଚଳିତ ହାରରେ ଯଦି ଭାରତ ସ୍ୱଚ୍ଛଶକ୍ତି ବ୍ୟବହାର କରେ ତେବେ ଭାରତକୁ ପ୍ରଦୂଷଣ ମୁକ୍ତ ହେବାକୁ ୧୮୮ ବର୍ଷ ଲାଗିବ ବୋଲି କୁହାଯାଇଛି । ଅର୍ଥାତ ଶତ ପ୍ରତିଶତ ସ୍ୱଚ୍ଛ ଶକ୍ତି ବ୍ୟବହାର କରିବାକୁ ଭାରତକୁ ଆହୁରି ପାଖାପାଖି ୧୮୮ ବର୍ଷ ଲାଗିବ । ସ୍ୱଚ୍ଛ ଶକ୍ତି ବ୍ୟବହାରରେ ବୃଦ୍ଧି ହେଲେ ପ୍ରଦୂଷଣ ହାର କମିବ ବୋଲି କୁହାଯାଇଛି । ଅପରପକ୍ଷରେ ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଚୀନ୍‌କୁ ୨୫ ବର୍ଷ ଲାଗିବ ଓ ଆମେରିକା ୨୧୨୮ ବେଳକୁ ସମ୍ପୂର୍ଣ୍ଣ ଭାବେ ପ୍ରଦୂଷଣ ମୁକ୍ତ ହେବ । ବାୟୂ ପ୍ରଦୂଷଣ କାରଣରୁ ଭାରତରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ଏଥିରେ ଜୀବାସ୍ମ ଇନ୍ଧନର ବ୍ୟବହାର ହିଁ ମୁଖ୍ୟ କାରଣ ବୋଲି କୁହାଯାଇଛି । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ବିଭିନ୍ନ ଯୋଜନା ଓ ନୀତିରେ ଉନ୍ନତ ଆଣିଲେ ପ୍ରଦୂଷଣ ଓ ଶକ୍ତି ସଂକଟକୁ ଆହୁରି ଭଲ ଭାବେ ସାମ୍ନା କରିହେବ । ଭାରତ ପୂର୍ବରୁ ସବୁଠାରୁ ପ୍ରଦୂଷିତ ଦେଶଗୁଡିକ ମଧ୍ୟରେ ସାମିଲ ରହିଛି । ବିଶ୍ୱର ସବୁଠାରୁ ୧୦୦ଟି ପ୍ରଦୂଷିତ ସହରଗୁଡିକ ମଧ୍ୟରୁ କେବଳ ୮୦ଟି ଭାରତରେ ହିଁ ରହିଛି । ଭାରତରେ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ବିଭିନ୍ନ ଶିଳ୍ପାନୁଷ୍ଠାନ, ବାହନରୁ ବାହରୁଥିବା ଧୂଆଁ, ନିର୍ମାଣ କାର୍ଯ୍ୟରୁ ବାହରୁଥିବା ଧୂଳି, କୋଇଲା ଦ୍ୱାରା ଚାଲୁଥିବା ତାପଜ ବିଦ୍ୟୁତ କେନ୍ଦ୍ର, ଅଳିଆ ଆବର୍ଜନା ଜଳାଇବା ଓ ଗାଁ ଗହଳିରେ କାଠ ଜଳାଇ ଖାଦ୍ୟ ପ୍ରସ୍ତୁତ କରିବା । ତେଣୁ ସ୍ୱଚ୍ଛ ଶକ୍ତି ଓ ଅକ୍ଷୟ ଶକ୍ତିର ବହୁଳ ବ୍ୟବହାର ହେଲେ ଓ ପାରମ୍ପରିକ ଶକ୍ତିର ବ୍ୟବହାରକୁ ପରିହାର କଲେ ପ୍ରଦୂଷଣ କମିବ ଓ ବାୟୁମଣ୍ଡଳରେ ସୁଦ୍ଧାତା ଆସିବ । ସ୍ୱଚ୍ଛ ଶକ୍ତିର ଅର୍ଥ ହେଉଛି ଯାହାର ବ୍ୟବହାରରେ ବିଷାକ୍ତ ବୁ ବାହାରୁ ନଥିବା । ଅକ୍ଷୟ ଶକ୍ତି ହେଉଛି ପ୍ରକୃତିରୂ ମିଳୁଥିବା ଶକ୍ତି । ଏହାର ଉଦାହରଣ ହେଉଛି ସୌର, ପବନ ଓ ଜଳ ଶକ୍ତି ।

Spread the love