400 ଭାରତୀୟ କଏଦୀଙ୍କୁ ମୁକ୍ତ କରିବାକୁ ପାକିସ୍ତାନକୁ କହିଲା ଭାରତ

400 ଭାରତୀୟ କଏଦୀଙ୍କୁ ମୁକ୍ତ କରି ସ୍ୱଦେଶକୁ ଫେରାଇ ଦେଉ ବୋଲି ମଙ୍ଗଳବାର ଦିନ ଭାରତ ପାକିସ୍ତାନକୁ କହିଛି। ସେମାନଙ୍କ ସହ ଆଉ କିଛି କଏଦୀ ଯେଉଁମାନେ ଚାରି ପାଞ୍ଚ ବର୍ଷ ତଳୁ ସଜ୍ଜା ଭୋଗି ସାରିଲେଣି ସେମାନଙ୍କୁ ମଧ୍ୟ ଛାଡ଼ି ଦିଆଯାଉ ବୋଲି ଘଟଣାରେ ସମ୍ପୃକ୍ତ ସରକାରୀ ଅଧିକାରୀମାନେ କହିଛନ୍ତି। ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ସମେତ ପାଞ୍ଚ ଜଣ ବେସାମରିକ କଏଦୀଙ୍କୁ କନ୍‌ସୁଲାର ଯୋଗାଯୋଗ ମିଳୁ ବୋଲି ନୂଆଦିଲ୍ଲୀ କହିଛି। ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଧିକାରୀମାନେ ସେମାନଙ୍କୁ ଭେଟି ପାରୁ ନାହାନ୍ତି। ଦସ୍ତଖତ ହୋଇ ନ ଥିବା କୂଟନୈତିକ ପତ୍ର ‘ନୋଟ୍‌ ଭର୍ବେଲ୍‌’ଜରିଆରେ 385ଜଣ ଧୀବର ଏବଂ ଅନ୍ୟ 15 ଜଣ କଏଦୀଙ୍କ ମୁକ୍ତି ଦାବି କରାଯାଇ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇ କମିସନ୍‌ଙ୍କୁ ପଠାଯାଇଛି। ଦଣ୍ଡ ଭୋଗି ସାରିଥିବା 10 ଜଣ ବେସାମରିକ କଏଦୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଭାରତ ଦାବି କରିଛି। ଭାରତୀୟ ବୋଲି ଚିହ୍ନଟ କରାଯାଇଥିବା ଆଉ 5ଜଣ କଏଦୀଙ୍କୁ ମୁକ୍ତି କରି ସ୍ୱଦେଶ ପଠାଇବାକୁ ଭାରତ କହିଛି।

Spread the love