ପାକିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ ! ୨୨୮ ରନରେ ହାରିଲା ପାକିସ୍ତାନ ଟିମ୍

କଲମ୍ବୋ : କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପର ସୁପର-୪ ମ୍ୟାଚରେ ପାକିସ୍ତାନକୁ ୨୨୮ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ପାକିସ୍ତାନ ବିପକ୍ଷରେ ଭାରତର ଏହା ଅନ୍ୟତମ ବୃହତ୍ ବିଜୟ । ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭାରତ ଉନ୍ନତ ପ୍ରଦର୍ଶନ କରି ପାକିସ୍ତାନକୁ ପରାସ୍ତ କରିଛି ଭାରତ । ଭାରତ ଦ୍ବାରା ୩୫୭ ରନର ଟାର୍ଗେଟ ରଖାଯାଇଥିବାବେଳେ ପାକିସ୍ତାନ ୩୨ ଓଭରରେ ୧୨୮ ରନ କରିପାରିଥିଲା । ନସିମ ଶାହ ଓ ହାରିସ ରୌଫ ରିଟାୟାର୍ଡ ହଟ ହେବାଯୋଗୁଁ ବ୍ୟାଟିଂ କରିବାକୁ ଆସିନଥିଲେ । ଭାରତ ପକ୍ଷରୁ କୂଳଦୀପ ଯାଦବ ୫ଟି ଓ୍ବିକେଟ ନେଇଥିଲେ ।

ଭାରତ ଗତକାଲିର ନିଜର ଅସମାପ୍ତ ଇନିଂସ ୧୪୭/୨ରୁ ଆଗକୁ ଖେଳିଥିଲା । ବିରାଟ ଓ ରାହୁଲ ଆରମ୍ଭରୁ ସତର୍କତାର ସହ ଖେଳି ସ୍କୋରକୁ ଆଗେଇ ନେଇଥିଲେ ଓ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ପରେ ଉଭୟ ବ୍ୟାଟର ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରି ଦଳୀୟ ସ୍କୋରକୁ ୩୦୦ ସେପଟକୁ ନେଇଯାଇଥିଲେ । ପ୍ରଥମେ ରାହୁଲ ନିଜର ଶତକ ପୂରଣ କରିବା ପରେ ବିରାଟ କୋହଲି ନିଜର ଶତକ ପୂରଣ କରିଥିଲେ । ଉଭୟ ବ୍ୟାଟରଙ୍କ ଅପରାଜିତ ଶତକ ବଳରେ ଭାରତ ୫୦ ଓଭରରେ ୨ ଓ୍ବିକେଟ ହରାଇ ୩୫୬ ରନ କରିଥିଲା । ବିରାଟ ଅପରାଜିତ ୧୨୨ରନ କରିଥିବାବେଳେ ରାହୁଲ ଅପରାଜିତ ୧୧୧ ରନ କରିଥିଲେ । ଉଭୟ ବ୍ୟାଟର ପାକିସ୍ତାନୀ ବୋଲରମାନଙ୍କୁ ନିର୍ମମ ପ୍ରହାର କରିଥିଲେ ।

Spread the love