ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ବିରାଟ ବାହିନୀ

ଆଜି ଭାରତ ନିଜ ବିଶ୍ବକପ୍ ଅଭିଯାନର ପଞ୍ଚମ ମୁକାବିଲାରେ  ଆଫଗାନିସ୍ତାନକୁ ଭେଟୁଛି । ସାଉଥମ୍ପଟନର ହାମ୍ପସାୟାର ବାଉଲ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟସ ଜିଣି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।ଏକଦିବସୀୟ କ୍ରିକେଟ୍‌ରେ ପୂର୍ବରୁ ମାତ୍ର ଦୁଇ ଥର ମୁହାଁମୁହିଁ ହୋଇଥିବା‌ ଏହି ଦୁଇ ଏସୀୟ ରାଷ୍ଟ୍ର ବିଶ୍ବକପ୍‌ରେ ପ୍ରଥମ ଥର ଲାଗି ଭେଟାଭେଟି ହେଉଛନ୍ତି । ଚମତ୍କାର ଫର୍ମରେ ଥିବା ଭାରତ ଏଥିରୁ ପୂରା ଦୁଇ ପଏଣ୍ଟ୍‌ ଅର୍ଜନ କରିବା ଆଶାରେ ରହିଛି ।

ସେପଟେ ଆଫଗାନିସ୍ତାନ ଆଉ ଏକ କଠିନ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଛି । ଶକ୍ତିଶାଳୀ ଭାରତ ବିପକ୍ଷରେ ପଏଣ୍ଟ୍‌ ଖାତା ଖୋଲିବା ଆଫଗାନିସ୍ତାନ ପାଇଁ କାଠିକର ପାଠ ‌ହେଶଇପାରେ। ଶନିବାରର ଅନ୍ୟ ଏକ ମୁକାବିଲା ୱେଷ୍ଟଇଣ୍ଡିଜ୍ ଏବଂ ଅନ୍ୟତମ ଅପରାଜେୟ ଦଳ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ‌ପୂର୍ବରୁ ଖେଳା ଯାଇଥିବା‌ ଦୁଇଟି ମ୍ୟାଚ୍ ମଧ୍ୟରୁ ଭାରତ ଗୋଟିଏ ଜିତିଛି। ଅନ୍ୟଟି ଟାଇ ରହିଛି।

Spread the love