ଚକ୍‌ରେ କ୍ଷୁଦ୍ରତମ ଐତିହ୍ୟ କଳାକୃତି ପାଇଛି ଇଣ୍ଡିଆ ବୁକ ଅଫ ରେକଡ଼

ବ୍ରହ୍ମପୁର  : ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ରାଜ୍ୟ ସମେତ ଭାରତବର୍ଷରେ ଥିବା ବିଭିନ୍ନ ଐତିହ୍ୟ ସ୍ଥଳୀଗୁଡିକୁ ଚକ୍‌ ମାଧ୍ୟମରେ କ୍ଷୁଦ୍ର କଳାକୃତି ନିର୍ମାଣକରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ହାସଲ କରିଛନ୍ତି। ସତ୍ୟ ଗତ ଜାନୁୟାରୀରେ ଚକ୍‌ରେ ୦.୫ ଓ ୧ ମିଲିମିଟର ବିଶିଷ୍ଟ କ୍ଷୁଦ୍ରତମ କୋଣାର୍କ, ଲାଲକିଲ୍ଲା, ତାଜମହଲ, ଇଣ୍ଡିଆ ଗେଟ୍‌, ଧଉଳି, ଗେଟ୍‌ ଅଫ୍‌ ଇଣ୍ଡିଆ, ଖଣ୍ଡଗିରି, ରତ୍ନଗିରି, ଲଳିତଗିରି ଭଳି ୫୧ଟି ଐତିହ୍ୟ ସ୍ଥଳୀ ନିର୍ମାଣ କରିଥିଲେ। ଏହାକୁ ସେ ୩ ଦିନ ମଧ୍ୟରେ ନିର୍ମାଣ କରିଥିବା ବେଳେ ବିଶ୍ୱର ସବୁଠାରୁ ଛୋଟ କଳାକୃତି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଯାହାକୁ ନେଇ ସତ୍ୟ ଗତ ମାର୍ଚ୍ଚରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ନିମନ୍ତେ ଆବେଦନ କରିଥିଲେ। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ସତ୍ୟଙ୍କୁ ମନୋନୀତ କରିବା ପରେ ସେ ରେକର୍ଡ ହାସଲ କରିବାରେ ସଫଳ ହୋଇଥିବା କହିଛନ୍ତି।

Spread the love