ଚନ୍ଦ୍ରଯାନ-୩: ଯେଉଁଠି ଆମେରିକା, ଚୀନ ଏବଂ ଋଷ ସାହସ କରିପାରିନଥିଲେ, ସେଠି ଇସ୍ରୋ ଓହ୍ଲାଇଲ ଚନ୍ଦ୍ରଯାନର ଲ୍ୟାଣ୍ଡର

ଚନ୍ଦ୍ର ପାଖକୁ ଇସ୍ରୋ ଚନ୍ଦ୍ରଯାନ-୩ ପ୍ରେରଣ କରିସାରିଛି । ଭାରତ ଦ୍ୱିତୀୟ ଥର ପାଇଁ ଚନ୍ଦ୍ରର ପୃଷ୍ଠରେ ଏହାକୁ ଓହ୍ଲାଇବା ପାଇଁ ପ୍ରୟାସ କରିଛି । ଏହି ଚନ୍ଦ୍ରଯାନ-୩କୁ ଏହିଭଳି ସ୍ଥାନରେ ଲାଣ୍ଡିଂ ପାଇଁ ଉଦ୍ୟମ କରାଯାଉଛି ଯେଉଁଠି କେହି କେବେ ପହଞ୍ଚିବା ପାଇଁ ସାହାସ ବି କରିନାହାନ୍ତି । ବିଶ୍ୱର ୧୧ଟି ଦେଶ ଚନ୍ଦ୍ର ଅଭିମୁଖେ ସେମାନଙ୍କ ମିଶନ କରିଛନ୍ତି । ଯଦି ଭାରତ ଏଥିରେ ସଫଳ ହୁଏ ତେବେ ଦକ୍ଷିଣ ଧ୍ରୁବରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଓହ୍ଲାଇବାରେ ପ୍ରଥମ ଦେଶ ହେବ । ବିଶ୍ୱର ପ୍ରଥମ ସ୍ପେସ୍ ଏଜେନ୍ସି ଭାବେ ଇସ୍ରୋ ଏହି ସଫଳତା ପାଇବ । ଭାରତ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ସ୍ଥିତ ମ୍ୟାଜିନସ-ୟୁ କ୍ରେଟର ପାଖରେ ଚନ୍ଦ୍ରଯାନ-୩କୁ ଓହ୍ଲାଇବା ପାଇଁ ଲକ୍ଷ୍ୟ ରଖିଛି ।ଇସ୍ରୋ ମୁଖ୍ୟ ଡ. ଏସ ସୋମନାଥ ପ୍ରଥମରୁ କହିସାରିଛନ୍ତି ଯେ ଆମେ ଚନ୍ଦ୍ରଯାନ-୩କୁ ଦକ୍ଷିଣ ଧ୍ରୁବର ପାଖରେ ଓହ୍ଲାଇବୁ । ଏହାର କାରଣ ଏହା ଯେ ଦକ୍ଷିଣ ଧ୍ରୁବ ପାଖରେ ତାପମାତ୍ରା ମାଇନସ ୨ଶହ ଡିଗ୍ରୀ ସେଲସିୟସ । ସେଠାରେ ଆଲୋକ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ନାହିଁ ।

ଯଦି ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରରେ ଲାଗିଥିବା ସୋଲର ପ୍ୟାନେଲରେ ସୂର୍ଯ୍ୟଙ୍କ ପ୍ରଖର କିରଣ ନପଡେ ତେବେ ଏହାକୁ ଶକ୍ତି କେଉଁଠାରୁ ମିଳିବ ଏହା ବଡ ପ୍ରଶ୍ନ । ତେବେ ବିକ୍ରମ ଲ୍ୟାଣ୍ଡର ଯେଉଁସ୍ଥାନରେ ଓହ୍ଲାଯିବ ସେଠାରେ ଆଜିଯାଏ କୌଣସି ଦେଶ ନିଜ ଯାନ ଓହ୍ଲାଇନାହାନ୍ତି । ଦକ୍ଷିଣ ଧ୍ରୁବ ନିକଟରେ କେହି ଯଦି ନିଜର ଯାନ ଓହ୍ଲାଇଥିଲା ତାହା ହେଉଛି ୧୯୬୮ ଜାନୁଆରୀ ୧୦ରେ ଆମେରିକା । ଆମେରିକା ସର୍ଭେୟର-୭ ସ୍ପେସ କ୍ରାଫ୍ଟକୁ ସେଠାରେ ଓହ୍ଲାଇଥିଲା । ତେବେ ଚନ୍ଦ୍ରଯାନର ଲାଣ୍ଡିଂ ସ୍ପଟ ଠାରୁ ଏହା ଯଥେଷ୍ଟ ଦୂରରେ ଅବସ୍ଥିତ ।

Spread the love